ଗୁଜରାଟର ବିଜେପି ସରକାରଙ୍କୁ ବଡ଼ ଝଟକା ।  ବିଲକିଶ ବାନୋ ମାମଲାର ହେବନି ପୁନଃ ଶୁଣାଣି ।

Advertisment

ବିଲକିଶ ବାନୋ ମାମଲାର ପୁନଃ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହି, ରାଜ୍ୟ ଉପରେ ବର୍ଷିଲେ କୋର୍ଟ ।

ବିଲକିଶ ବାନୋ ମାମଲାର ପୁନଃ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହି, ରାଜ୍ୟ ଉପରେ ବର୍ଷିଲେ କୋର୍ଟ ।

37ss

କନକ ବ୍ୟୁରୋ: ଗୁଜରାଟର ବିଜେପି ସରକାରଙ୍କୁ ବଡ଼ ଝଟକା । ବିଲକିଶ ବାନୋ ମାମଲାର ପୁନଃ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ପୂର୍ବ ରାୟରେ କୌଣସି ତ୍ରୁଟି ନଥିବା କହି ରାଜ୍ୟ ଉପରେ ଉପରେ ବର୍ଷିଲେ ସର୍ବୋଚ୍ଚ ଅଦାଲତ । ମାମଲାର ପୁନଃ ଶୁଣାଣି କରିବାକୁ କୋର୍ଟରେ ଅପିଲ କରିଥିଲେ ଗୁଜରାଟ ସରକାର । ଯାହାକୁ ପ୍ରତ୍ୟାଖାନ କରିଛନ୍ତି କୋର୍ଟ । ୨୦୦୨ ଗୁଜରାଟ ଦଙ୍ଗରେ ବିଲକିସ୍ ବାନୋଙ୍କୁ ଗଣଦୁଷ୍କର୍ମ କରାଯାଇଥଲା । ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ ୧୧ ଅଭିଯୁକ୍ତ । ସେମାନଙ୍କୁ କୋର୍ଟ ଆଜୀବନ ସଜ୍ଜା ଶୁଣାଇଥିଲେ । ପରେ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତମାନଙ୍କୁ ବ୍ୟବହାରରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସେମାନଙ୍କୁ ମୁକ୍ତ କରିଥିଲେ । ଯାହା ବିରୋଧରେ ବିଲକିସ୍ ସୁପ୍ରିମକୋର୍ଟରେ ଅପିଲ କରିବା ପରେ କୋର୍ଟ ସବୁ ଅଭିଯୁକ୍ତଙ୍କୁ ପୁଣି ଜେଲ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଗତ ଜାନୁଆରୀ ୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଥରେ ସମୀକ୍ଷା କରିବାକୁ କୋର୍ଟ ଯାଇଥିଲେ ଗୁଜରାଟ ସରକାର । କିନ୍ତୁ କୋର୍ଟ ପୁନଃ ଶୁଣାଣି କରିବାକୁ ମନା କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe