ବିହାରରେ ବସୁଛି ଘନଘନ ବୈଠକ, ହେଲେ ବାହାରି ପାରୁନାହିଁ ନିଷ୍କର୍ଷ; ଘୋଷଣା ହୋଇପାରୁନାହିଁ ବିଭିନ୍ନ ଦଳର ଆସନ

ବସୁଛି ଘନଘନ ବୈଠକ, ବାହାରିପାରୁନି ନିଷ୍କର୍ଷ, ଖାଲି କ୍ୟାମେରା ଆଗରେ ନେତାଙ୍କ ହସ ବାହାରୁଛି ସତ ହେଲେ ଭିତରେ ଛାତି ଧଡ଼ଧଡ଼ ।

Bihar Politics Heat Up

Photograph: (Kanak News)

କନକ ବ୍ୟୁରୋ : ବିହାର ରାଜନିତୀରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଯେତିକି ଚର୍ଚ୍ଚା ଚାଲିନି ତାଠୁ ଅଧିକ ଚର୍ଚ୍ଚା ଆସନ ଭାଗବଣ୍ଟାକୁ ନେଇ । ବସୁଛି ଘନଘନ ବୈଠକ, ବାହାରିପାରୁନି ନିଷ୍କର୍ଷ, ଖାଲି କ୍ୟାମେରା ଆଗରେ ନେତାଙ୍କ ହସ ବାହାରୁଛି ସତ ହେଲେ ଭିତରେ ଛାତି ଧଡ଼ଧଡ଼ । ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଆଜି ଠାରୁ ଆରମ୍ଭ ହୋଇଛି କିନ୍ତୁ ଆସନ ବଣ୍ଟନ ନେଇ ମହାମେଣ୍ଟ ଏବଂ ଏନଡିଏ ଉଭୟଙ୍କ ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି । ମିଡିଆ ଆଗରେ ବୟାନବାଜି ଜୋର ଚାଲିଛି ହେଲେ ଆସନ କେବେ ଘୋଷଣା ହେବ କୁହାଯାଉନାହିଁ ।

ସେପଟେ ବିହାର ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଲୋକସଭା ସାଂସଦ ସନ୍ତୋଷ କୁମାର କୁଶୱାହା ଆରଜେଡିରେ ଯୋଗ ଦେଇଛନ୍ତି, ଯାହା ପୂର୍ଣ୍ଣିଆ ଅଞ୍ଚଳରେ ଜେଡିୟୁ ପାଇଁ ଏକ ବଡ଼ ଝଟକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe