କନକ ବ୍ୟୁରୋ : ବିହାର ରାଜନିତୀରେ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ଯେତିକି ଚର୍ଚ୍ଚା ଚାଲିନି ତାଠୁ ଅଧିକ ଚର୍ଚ୍ଚା ଆସନ ଭାଗବଣ୍ଟାକୁ ନେଇ । ବସୁଛି ଘନଘନ ବୈଠକ, ବାହାରିପାରୁନି ନିଷ୍କର୍ଷ, ଖାଲି କ୍ୟାମେରା ଆଗରେ ନେତାଙ୍କ ହସ ବାହାରୁଛି ସତ ହେଲେ ଭିତରେ ଛାତି ଧଡ଼ଧଡ଼ । ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଆଜି ଠାରୁ ଆରମ୍ଭ ହୋଇଛି କିନ୍ତୁ ଆସନ ବଣ୍ଟନ ନେଇ ମହାମେଣ୍ଟ ଏବଂ ଏନଡିଏ ଉଭୟଙ୍କ ସହଯୋଗୀ ଦଳ ମଧ୍ୟରେ ଆଲୋଚନା ଚାଲିଛି । ମିଡିଆ ଆଗରେ ବୟାନବାଜି ଜୋର ଚାଲିଛି ହେଲେ ଆସନ କେବେ ଘୋଷଣା ହେବ କୁହାଯାଉନାହିଁ ।
ସେପଟେ ବିହାର ରାଜନୀତିରେ ଆଜି ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି । ଦଳର ବରିଷ୍ଠ ନେତା ଏବଂ ପୂର୍ବତନ ଲୋକସଭା ସାଂସଦ ସନ୍ତୋଷ କୁମାର କୁଶୱାହା ଆରଜେଡିରେ ଯୋଗ ଦେଇଛନ୍ତି, ଯାହା ପୂର୍ଣ୍ଣିଆ ଅଞ୍ଚଳରେ ଜେଡିୟୁ ପାଇଁ ଏକ ବଡ଼ ଝଟକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/10/bihar-politics-heat-up-2025-10-10-20-27-13.jpg)