କନକ ବ୍ୟୁରୋ : କାଳତାଣ୍ଡବ ଚାଲିଛି ପଡୋଶୀ ରାଜ୍ୟନେପାଳରେ । ଏଠାରେ ତାଣ୍ଡବ ରଚିଛି ପ୍ରକୃତି। ନେପାଳରେ ଚାଲିଛିଜଳ ପ୍ରଳୟ। ଲାଗି ରହିଛି ପ୍ରବଳ ବର୍ଷା। ତୁହାକୁ ତୁହା ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଥିସହ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ବର୍ତ୍ତମାନ ସୁଦ୍ଧା ୧୭୦ରୁ ଅଧିକ ଜଣ ପ୍ରାଣ ହରାଇ ସାରିଲେଣି।
ସେହିପରି ୪୨ ଜଣ ନିଖୋଜ ଅଛନ୍ତି। ୩୦୦୦ରୁ ଅଧିକ ପୁଲିସଫୋର୍ସ ମୁତୟନ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ୧୬୨ ଜଣଙ୍କୁ ଏୟାରଲିଫ୍ଟ କରାଯିବା ସହ ୪୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଲଗାଣ ବର୍ଷା ଜାରି ରହିଥିବାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି। ବନ୍ୟା ଯୋଗୁ ପାଖାପାଖି ୪୪ଟି ସ୍ଥାନରେ ମୁଖ୍ୟ ରାଜପଥ ଅବରୋଧ ହୋଇଛି। ସେହିପରି ବନ୍ୟା ଯୋଗୁ ଶନିବାର କାଠମାଣ୍ଡୁରେ ବିଦ୍ୟୁତ ଯୋଗାର ପ୍ରଭାବିତ ହୋଇଛି। ବନ୍ୟାରେ ଅତିକମ୍ରେ ନେପାଳରେ ୩୨୨ଟି ଘର ଓ ୧୬ଟି ପୋଲ କ୍ଷତିଗ୍ରସ୍ତ ହୋଇଛି।
ବିହାରରେ ପ୍ରବଳ ବର୍ଷ ହୋଇ ବନ୍ୟା ସୃଷ୍ଟି ହୋଇଛି। ଭୟଙ୍କର ବନ୍ୟା ସଙ୍କଟ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବା ସହ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର। ଏପଟେ ଭିତ୍ତିଭୂମି ଏବଂ ଚାଷ ଜମିରେ ବ୍ୟାପକ କ୍ଷତି ଘଟାଇଛି ଏହି ବନ୍ୟା। ୬ଟି ବ୍ୟାରେଜ ଭାଙ୍ଗି ବନ୍ୟା ପରିସ୍ଥିତିକୁ ଆହୁରି ବଢ଼ାଇ ଦେଇଛି ।ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି। ସମ୍ପ୍ରତି ୧୨ଟି ଏନ୍ଡିଆର୍ଏଫ୍ ଦଳ ଏବଂ ୨୨ଟି ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ସମଗ୍ର ବିହାରରେ ବନ୍ୟା ପରିସ୍ଥିତି ଏବଂ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଅଛନ୍ତି।
ବିହାରରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି ଏହାର ସବୁଠୁ ବଡ କାରଣ ନେପାଳ ।ଲଗାଣବର୍ଷା ପରେ ନେପାଳ ଅଧିକାଂଶ ନଦୀ ବିପଦ ସଂକେତ ଉପରେଦେଇ ପ୍ରବାହିତ ହେଉଛି ।ଏହି ସମୟରେ ବିଭିନ୍ନ ବନ୍ଧ ଭାଙ୍ଗିବା ପରେ ନେପାଳ ଡ୍ୟାମ ପାଣି ଛାଡିବାଏବେ ବିହାର ପାଇଁ କାଳ ସାଜିଛି ।