କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି । ଏନଡିଏ ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବଣ୍ଟନ ପରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ଏହି କାରଣରୁ ଆଜି ହେବାକୁ ଥିବା ଏନଡିଏର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସ୍ଥଗିତ ରହିଛି । କିଛି ଆସନକୁ ନେଇ ବିଜେପି ଓ ଜେଡିୟୁ ମଧ୍ୟରେ ସଂପୂର୍ଣ୍ଣ ସହମତି ହୋଇନାହିଁ । ଏଥିପାଇଁ ଆଲୋଚନା ଚାଲିଛି । କିନ୍ତୁ ନିଷ୍ପତ୍ତି ହୋଇନାହଁ ।
ଆସନ ବଣ୍ଟନରେ ଜିତନ ରାମ ମାଞ୍ଜୀ ଏବଂ ଅନ୍ୟ ସହଯୋଗୀ ଦଳ ମଧ୍ୟ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହନ୍ତି । ସେପଟେ ମହାଗଠବନ୍ଧନରେ ମଧ୍ୟ ଆସନ ଭାଗବଣ୍ଟା ଚୂଡାନ୍ତ ହୋଇପାରିନାହିଁ । ଆଜି ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀକୁ ସ୍ଥଗିତ ରଖାଯାଇଛି । ଆଇଆରସିଟିସି ଦୁର୍ନୀତିରେ ଆରଜେଡି ନେତା ଲାଲୁ ଯାଦବ, ରାବ୍ରି ଦେବୀ ଓ ତେଜସ୍ୱୀ ଯାଦବଙ୍କ ନାଁରେ ଚାର୍ଜସିଟ ଦାଖଲ ପରେ ମହାଗଠବନ୍ଧନରେ ଟେନସନ ବଢିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/13/bihar-elections-2025-10-13-23-04-42.jpg)