କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଉଦଘାଟନ କରିଛନ୍ତି । ରୋହିଣୀଠାରେ ଆୟୋଜିତ ଉତ୍ସବରେ ମୋଦୀ ଦ୍ୱାରକା ଏକ୍ସପ୍ରେସ ୱେର ଦିଲ୍ଲୀ ସେକ୍ସନ ଏବଂ ଅର୍ବାନ ଏକ୍ସଟେସନସନ ରୋଡ- ୟୁଇଆର-୨କୁ ଉଦଘାଟନ କରିଛନ୍ତି । ଏହି ଦୁଇ ରାସ୍ତା ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଅର୍ବାନ ଏକ୍ସଟେସନସନ ରୋଡ- ୟୁଇଆର-୨ର ଲମ୍ୱ ୭୬ କିଲୋମିଟର ।
ସେହିପରି ଦ୍ୱାରକା ଏକ୍ସପ୍ରେସ ୱେ ଦିଲ୍ଲୀ ସେକ୍ସନର ଲମ୍ୱ ୨୭ କିଲେୋମିଟର । ଏକ ଟନେଲ ଦ୍ୱାରା ୟୁଇଆର-୨ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ସଂଯୋଗ କରୁଛି । ଏଦି ଦୁଇ ରାସ୍ତା ଦ୍ୱାରା ଜାତୀୟ ରାଜଧାନୀ ଦିଲ୍ଲୀରେ ଯାନବାହନ ଭିଡ଼ କମିବା ସହିତ ଚଳାଚଳ ମଧ୍ୟ ସୁବିଧା ହେବ । ଦୁଇ ରାସ୍ତା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇଛି । ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ମୋଦୀଙ୍କ ଦୃଷ୍ଟିକୋଣକୁ ଏହି ଦୁଇ ରାସ୍ତା ପ୍ରତିଫଳିତ କରୁଛି ।