କନକ ବ୍ୟୁରୋ : ଓଲା, ଓବେର ଏବଂ ରାପିଡୋ ଉପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ବଡ଼ ଆକ୍ସନ । ସୂଚନା ଅନୁଯାୟୀ, କମ୍ପାନୀଗୁଡ଼ିକୁ କେବଳ 'ଇଲେକ୍ଟ୍ରିକ୍ ବାଇକ୍' ଚଲାଇବାକୁ ଅନୁମତି ମିଳିଥିବା ବେଳେ ସେମାନେ ବେଆଇନ ଭାବେ 'ପେଟ୍ରୋଲ ବାଇକ୍' ବ୍ୟବହାର କରୁଥିଲେ । ଏଥିସହ ସେମାନେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବାରେ ମଧ୍ୟ ବିଫଳ ହୋଇଛନ୍ତି ବୋଲି ପ୍ରଶାସନ କହିଛି ।
ଅଧିକ ପଢ଼ନ୍ତୁ : ଗ୍ୟାସ ପରେ ମହଙ୍ଗା ହେଲା ଖାଇବା ତେଲ; ଦୁଇ ଦିନରେ ଲିଟର ପିଛା ବଢ଼ିଲାଣି ୫ରୁ ୧୦ଟଙ୍କା
ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସରନାୟକଙ୍କ ଅନୁଯାୟୀ, ଏହି କମ୍ପାନୀଗୁଡ଼ିକ ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼ିବା ପରେ ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଛି । ସରକାର ଏହି କମ୍ପାନୀଗୁଡ଼ିକୁ ସମସ୍ତ ନିୟମ ପାଳନ କରିବା ପାଇଁ ଆଉ ଏକ ମାସର ଶେଷ ସମୟ ଦେଇଛନ୍ତି । ଯଦି ଏହି ଅବଧି ମଧ୍ୟରେ କମ୍ପାନୀଗୁଡ଼ିକ ନିୟମ ମୁତାବକ କାର୍ଯ୍ୟ ନକରନ୍ତି, ତେବେ ସେମାନଙ୍କ ଲାଇସେନ୍ସ ସ୍ଥାୟୀ ଭାବେ ରଦ୍ଦ ହୋଇପାରେ । ବର୍ତ୍ତମାନ ପାଇଁ କେବଳ ବାଇକ୍ ଟ୍ୟାକ୍ସି ସେବା ବନ୍ଦ ରହିଛି, କ୍ୟାବ୍ ଓ ଅଟୋ ସେବା ଜାରି ରହିଛି ।
ମହାରାଷ୍ଟ୍ର ସରକାରଙ୍କ ଏହି କଡ଼ା ନିଷ୍ପତ୍ତି ପରେ ହଜାର ହଜାର ବାଇକ୍ ଚାଳକଙ୍କ ଜୀବିକା ବିପନ୍ନ ହୋଇଛି । ଯାତ୍ରୀମାନେ ମଧ୍ୟ ଶସ୍ତା ଯାତାୟାତ ସେବା ପାଇବାରୁ ବଞ୍ଚିତ ହେଉଥିବାରୁ ଏବେ ସରକାରୀ ନିର୍ଦ୍ଦେଶାବଳୀର ପରବର୍ତ୍ତୀ ପରିବର୍ତ୍ତନକୁ ସମସ୍ତେ ଅପେକ୍ଷା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/09/ola-uber-rapido-2026-03-09-22-28-58.jpg)