କନକ ବ୍ୟୁରୋ: ଭାରତରେ ଘରୋଇ ବିଶ୍ଵବିଦ୍ୟାଳୟଗୁଡ଼ିକର ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହାର ଶୈକ୍ଷିକ ମାନଦଣ୍ଡ ଓ ପରିଚାଳନାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟିର ଭାଇସ୍ ଚାନ୍ସେଲର ପ୍ରଫେସର କୁଳଭୂଷଣ ବଲୁନି ଏକ ଗୁରୁତ୍ବପୂର୍ଣ୍ଣ ସାକ୍ଷାତକାର ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରଗତିଶୀଳ ଶିକ୍ଷାଧାରା ପାଇଁ ନିରନ୍ତର ପରିବର୍ତ୍ତନ ଏବଂ ଗୁଣବତ୍ତା ସହ କୌଣସି ପ୍ରକାର ସାଲିସ ନ କରିବା ହିଁ ବିକାଶର ମୂଳମନ୍ତ୍ର ।
ଆହୁରି ପଢ଼ନ୍ତୁ: ୱାଙ୍ଖଡ଼େରେ ରହିବ ରବି ଶାସ୍ତ୍ରୀ ଷ୍ଟାଣ୍ଡ୍
ପ୍ରଫେସର ବଲୁନିଙ୍କ ମତରେ, ଏକ ସଫଳ ଶିକ୍ଷାନୁଷ୍ଠାନ ପାଇଁ ସ୍ଵଚ୍ଛତା, ସହଭାଗିତା ଏବଂ ପ୍ରକ୍ରିୟା-ତ୍ତି ତ୍ତି କ ନିଷ୍ପତ୍ତି ଗ୍ରହଣ ଅତ୍ୟନ୍ତ ଜରୁରୀ । ବିଶେଷ କରି ଘରୋଇ ବିଶ୍ଵବିଦ୍ୟାଳୟଗୁଡ଼ିକରେ ଶୃଙ୍ଖଳା, ସ୍ଵଚ୍ଛ ନିଯୁକ୍ତି ପ୍ରକ୍ରିୟା ଏବଂ ନୀତି-ଆଧାରିତ କାର୍ଯ୍ୟଧାରା ରହିବା ଆବଶ୍ୟକ । ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା କୌଣସି ବ୍ୟକ୍ତିବିଶେଷଙ୍କ ପରିବର୍ତ୍ତେ ବିଭିନ୍ନ କମିଟି ଓ ବୈଧାନିକ ସଂସ୍ଥା ଦ୍ଵାରା ପରିଚାଳିତ ହେବା ଉଚିତ୍ ।
ବିର୍ଲା ଗ୍ଲୋବାଲ୍ ୟୁନିଭର୍ସିଟି ଏବେ "କ୍ଵାଲିଟି-ଫାଷ୍ଟ୍" ବା ଗୁଣବତ୍ତାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛି । ଏଠାରେ ଶିକ୍ଷାଦାନ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନୁହେଁ, ବରଂ ଏହାକୁ ଏକ ପରିବର୍ତନଶୀଳ ଅନୁଭୂତିରେ ପରିଣତ କରାଯାଉଛି । ବିଶ୍ଵବିଦ୍ୟାଳୟ ପକ୍ଷରୁ ଭବିଷ୍ୟନ୍ମୁଖୀ ପାଠ୍ୟକ୍ରମ ଯଥା- ବିଜନେସ୍ ଆନାଲିଟିକ୍ସ, ଫିନଟେକ୍ ଏବଂ କମ୍ୟୁନିକେସନ ମ୍ୟାନେଜମେଣ୍ଟରେ MBA ପ୍ରଦାନ କରାଯାଉଛି । ଏପରିକି KPMG ଭଳି ସଂସ୍ଥା ସହ ମିଳିତ ଭାବେ ଶିଳ୍ପ-ଉପଯୋଗୀ ଶିକ୍ଷା ପ୍ରଦାନ କରାଯାଉଥିବା କଥା ସେ ପ୍ରକାଶ କରିଛନ୍ତି ।
ଶୈକ୍ଷିକ ଉତ୍କର୍ଷତା ପାଇଁ ଫଳାଫଳ-ତ୍ତିତ୍ତିକ ଏବଂ ଅନ୍ତଃବିଭାଗୀୟ ଶିକ୍ଷା (OBTL) ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଫେସର ବଲୁନି । ସେ କହିଛନ୍ତି ଯେ, କେବଳ ବହି ପଢା ନୁହେଁ, ବରଂ କେସ୍ ଷ୍ଟଡି, ଲ୍ୟାବ୍, ସିମୁଲେସନ୍ ଏବଂ ଡିଜାଇନ୍ ଥ୍ୟାଙ୍କିଙ୍ଗ୍ ମାଧ୍ୟମରେ ପ୍ରୟୋଗାତ୍ମକ ଶିକ୍ଷା ଦିଆଯିବା ଉଚିତ୍ । ଏହାଦ୍ଵାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମସ୍ୟା ସମାଧାନର ଦକ୍ଷତା ବୃଦ୍ଧି ପାଇବ ଏବଂ ସେମାନେ ନିଯୁକ୍ତି ପାଇଁ ସକ୍ଷମ ହୋଇପାରିବେ ।
ଗବେଷଣା କ୍ଷେତ୍ରରେ ମଧ୍ୟ ବିଶ୍ଵବିଦ୍ୟାଳୟଗୁଡ଼ିକ ଆଞ୍ଚଳିକ ଓ ସାମାଜିକ ସମସ୍ୟାର ସମାଧାନ ଉପରେ ଧ୍ୟାନ ଦେବା ଆବଶ୍ୟକ । ଏକ ବିଶ୍ଵବିଦ୍ୟାଳୟର ସଫଳତା କେବଳ ପ୍ଲେସମେଣ୍ଟରୁ ନୁହେଁ, ବରଂ ସମାଜ ଓ ସ୍ଥାନୀୟ ଅଞ୍ଚଳ ଉପରେ ଏହାର କି ପ୍ରଭାବ ପଡୁଛି, ସେଥୁରୁ ଆକଳନ କରାଯିବା ଉଚିତ୍ । ଏଥିରେ ଷ୍ଟାର୍ଟ-ଅପ୍, ଏମଏସଏମଇ (MSME) ସହାୟତା ଏବଂ ପରିବେଶ ରକ୍ଷା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ସାମିଲ କରାଯିବା ଆବଶ୍ୟକ । ଶେଷରେ ପ୍ରଫେସର ବଲୁନି ସ୍ପଷ୍ଟ କରିଛନ୍ତି ଯେ, ନୀତିମୂଳକ ନେତୃତ୍ବ ଏବଂ ଗବେଷଣା-କେନ୍ଦ୍ରିତ ଶିକ୍ଷା ହିଁ ସ୍ଥାୟୀ ବିକାଶର ମୂଳ ଭିତ୍ତି । ଯେତେବେଳେ ଶୈକ୍ଷିକ ମାନଦଣ୍ଡ ଶ୍ରେଷ୍ଠ ହେବ, ସେତେବେଳେ ପ୍ରକୃତ ନିଯୁକ୍ତି ସୁଯୋଗ ଆପେ ଆପେ ସୃଷ୍ଟି ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/28/3-2026-02-28-17-02-26.jpg)