କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଯାଇଛି ରଣଜୀ ଟ୍ରଫି ହେଲେ ବିସିସିଆଇ ତାର ଘରୋଇ କ୍ରିକେଟରେ ପରିବର୍ତ୍ତନ କରିଛି ନିୟମ । କ୍ରିକେଟରେ ପ୍ଲେୟିଙ୍ଗ କନଡିସନରେ ହୋଇଛି କିଛି ପରିବର୍ତ୍ତନ ଆଉ ଏହି ନିୟମ ଖାଲି ରଣଜୀ ଟ୍ରଫି ନୁହେଁ ବିସିସିଆଇ ଅଧିନରେ ଆସୁଥିବା ସମସ୍ତ ଘରୋଇ କ୍ରିକେଟରେ ଏହି ନୂତନ ନିୟମ ଲାଗୁ କରାଯିବ । ନଜର ପକାନ୍ତୁ କଣ ରହିଛି ନୂଆ ନିୟମ ।
କ୍ରିକେଟରେ ୪ ନୂଆ ନିୟମ
-ଆଘାତ, ଅସୁସ୍ଥତା ବ୍ୟତିତ ଅନ୍ୟ କୌଣସି କାରଣରେ ରିଟାୟର୍ଡ ହର୍ଟ ହେଲେ ଆଉଟ ହେବେ
-ବିପକ୍ଷ ଅଧିନାୟକଙ୍କ ସହମତି କ୍ରମେ ବ୍ୟାଟିଂକୁ ଫେରିବାର ବିକଳ୍ପ ଦିଆଯିବ ନାହିଁ
-ବୋଲିଂରେ ଯଦି କୌଣସି ଖେଳାଳୀ ବଲରେ ଲାଲ ପ୍ରୟୋଗ କରନ୍ତି ତେବେ ପେନାଲ୍ଟି ଲାଗୁ କରାଯିବ
-ବିସିସିଆଇ ରନ୍ ରୋକିବା ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି
-ରନ ନେବା ସମୟରେ ଯଦି ପରସ୍ପରକୁ ଅତିକ୍ରମ କରିବା ବେଳେ ଓଭର ଥ୍ରୋର ଚୌକା ହୁଏ ତାହାଲେ ତାହା ଚୌକାରେ ପରିଣତ ହେବ ।