କନକ ବ୍ୟୁରୋ: ଭାରତ ପାକିସ୍ତାନ ବିଭାଜନରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ କଥାରେ ବଙ୍ଗଳାର ମୁସଲିମାନେ ପାକିସ୍ତାନ ସହ ମିଶିବାକୁ ରାଜି ହୋଇଥିଲେ । ଇସଲାମର ନାଁରେ ବଙ୍ଗାଳ ର ମୁସଲିମମାନେ  ପାକିସ୍ତାନୀ ହେଲେ କିନ୍ତୁ ଉର୍ଦ୍ଦୁ ଓ ପଞ୍ଜାବି କହୁଥିବା ପାକିସ୍ତାନୀମାନେ ସେମାନଙ୍କୁ ନିଜର  ଗୁଲାମ କରି ରଖିଥିଲେ । ବଡ କଷ୍ଟରେ ଓ ବହୁତ ବର୍ଷ ପରେ ବାଙ୍ଗଲାଦେଶ ପାକିସ୍ତାନ ର ସତ ଜାଣିପାରିଥିଲା । ସମୟ ଏମିତି ଆସିଥିଲା ପାକିସ୍ତାନଠାରୁ ବାଙ୍ଗଲାଦେଶର ମୁଦ୍ରା ଅଧୀକ ଥିଲା ଏବଂ ଜିଡିପି ମଧ୍ୟ, ହେଲେ ଏବେ ପୁଣି ଥରେ ବାଙ୍ଗଲାଦେଶ ଫଶିଛି ପାକିସ୍ତାନ ଜାଲରେ । ବାଙ୍ଗଲାଦେଶରେ ଚାଲିଥିବା ଏ ଅସ୍ଥିରତା ପଛରେ କେମିତି ରହିଛି ପାକିସ୍ତାନ ର ହାତ ଦେଖନ୍ତୁ ଏକ୍ସକ୍ଲୁସିଭ ରିପୋର୍ଟ ।

ଶେଖ ମୁଜିବୁର ରେହମାନଙ୍କୁ ବାଙ୍ଗଲାଦେଶର ଜାତିର ପିତା କୁହାଯାଏ , ହେଲେ ବର୍ତ୍ତମାନ ତାଙ୍କର ମୂର୍ତ୍ତି ଭଙ୍ଗାଯାଉଛି । ୫୪ ବର୍ଷ ପରେ ଢାକାରେ ପାଳନ କରାଯାଇଛି ଜିନ୍ନାଙ୍କ ମୃତ୍ୟୁ ବାର୍ଷିକୀ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ପାକିସ୍ତାନର ଡେପୁଟି ହାଇକମିଶନର ଓ କହିଥିଲେ ଜିନ୍ନାଙ୍କ ପାଇଁ ବାଂଲାଦେଶ ଗଠନ ହୋଇଛି । ଭାରତ ଯୁଦ୍ଧ କରି ଆମ ଦେଶକୁ ବିଭାଜନ କରିଛି । ଏବେ ପ୍ରଶ୍ନ ଉଠୁଛି ଯେଉଁ ବାଙ୍ଗଲାଦେଶର ଲୋକମାନେ ଜିନ୍ନାଙ୍କ ମୃତ୍ୟୁ କେବେ ହୋଇଥିଲା ଜାଣନ୍ତିନି ସେଠି କାହା ଇଙ୍ଗିତରେ ମୃତ୍ୟୁ ବାର୍ଷିକୀ ପାଳନ ହୋଇଥିଲା ? ଆଉ ଏହି ଖବର ପାକିସ୍ତାନ ମିଡିଆର ମୁଖ୍ୟ ଖବର ବନିଥିଲା ।

ବାଂଲାଦେଶ ରେ ପାକିସ୍ତାନର ଦବଦବା
ବିବାଦ ବଢାଇଲା ପ୍ରଫେସରଙ୍କ ବୟାନ

ବାଂଲାଦେଶରେ ହିନ୍ଦୁମାନଙ୍କ ସ୍ଥିତି ବେଶ ଖରାପ ରହିଛି ।  ସବୁବେଳେ ହିନ୍ଦୁ ମାନଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ଏବେ ଭାରତ ବିରୋଧୀ ମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳୁଛି । ବାଂଲାସେନାଙ୍କୁ ସମ୍ବୋଧିତ କରି ସ୍ଥାନୀୟ ପ୍ରଫେସର କହିଛନ୍ତି ପାକିସ୍ତାନ ଆମକୁ ସାହାଯ୍ୟ କରିବ । ଆମେ ଆଗକୁ ଆଣିବିକ କ୍ଷେତ୍ରରେ ଆଗେଇବୁ । ବାଂଲାଦେଶର ଦମ ଦେଖିବ ଭାରତ ଅନ୍ୟପଟେ ବାଂଲାଦେଶ ଜେଲରୁ ମୁକୁଳୁଛନ୍ତି ୪ ଆତଙ୍କବାଦୀ । ଯେଉଁମାନେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥାନ୍ତି ଏବଂ ହସିନା ସରକାରଙ୍କ କାଳରେ ଗିରଫ ହୋଇଥିଲେ  । ବାଂଲାଦେଶ ରାଜନୈତିକ ଅସ୍ଥିରତା ଭିତରେ ଫାଇଦା ନେବାକୁ ଚାହୁଁଛି ପାକିସ୍ତାନ। ଯଦି ପାକିସ୍ତାନ ଚାଲରେ ଫସିଯାଏ ବାଙ୍ଗଲାଦେଶ ତେବେ ଭାରତ ପାଇଁ ଏକ ବଡ ବିପଦ ଆଗକୁ ବାହାରିବ ।