କନକ ବ୍ୟୁରୋ : ବଦଲାପୁର ଘଟଣାକୁ ନେଇ ପ୍ରତିବାଦ। ପୁଣେରେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ସହ ମହାବିକାଶ ଅଘାଡ଼ି ମିଳିତ ଭାବେ ପ୍ରତିବାଦ କରିଛନ୍ତି। ପ୍ରବଳ ବର୍ଷା ସତ୍ବେ ହାତରେ କଳା ଫିତା ବାନ୍ଧି ଧାରଣାରେ ବସିଲେ ନେତା। ପ୍ରବଳ ବର୍ଷା ସତ୍ବେ ନେତା ଓ କର୍ମୀ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ବଦଲାପୁରରେ ନାବାଳକ ଅସଦାଚରଣ ପରି ମାମଲାରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଥିବା କହିଛନ୍ତି ଶରଦ ପାୱାର। ଏହାସହ ଏହି ଘଟଣାରେ ରାଜ୍ୟରେ ବିରୋଧୀ କୌଣସି ରାଜନୀତି କରୁନାହାନ୍ତି ବୋଲି କହିଛନ୍ତି। ମହାରାଷ୍ଟ୍ରରେ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି ତେଣୁ ଏହାକୁ ରୋକିବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ନେତା। ଏନସିପି ନେତା ତଥା ସାଂସଦ ସୁପ୍ରିୟା ସୁଲେ ବି ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ୟ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି ସୁପ୍ରିୟା ସୁଲେ କହିଛନ୍ତି।
ବଦଲାପୁର ଘଟଣାକୁ ନେଇ ପ୍ରତିବାଦ । ପୁଣେରେ ଧାରଣାରେ ବସିଲା ମହାବିକାଶ ଅଘାଡି ମେଣ୍ଟ
Advertisment
Follow Us