Bridge Collapses : ଯାଉଥିଲା ଗାଡ଼ି, ୨ ଖଣ୍ଡ ହୋଇଗଲା ପୋଲ : ଭାସିଗଲା ତେଲ...

ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିବା ଜଣାପଡ଼ିଛି । ୨ ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଖସିପଡିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ପୋଲଟି ୪୫ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି ।

bridge-collapses

bridge-collapses Photograph: (Kanak News)

କନକ ବ୍ୟୁରୋ: ବର୍ଷା ହେଉଛି, ନଈରେ ପାଣି ଉଛୁଳୁଛି । ଏତିକି ବେଳେ ହଠାତ୍‌ ଭାଙ୍ଗିଗଲା ବ୍ରିଜ୍‌ । କୁହାଯାଉଛି ପୋଲ ଭାଙ୍ଗିବା ସମୟରେ ପ୍ରବଳ ମାତ୍ରାରେ ଟ୍ରାଫିକ୍‌ ଜାମ ହୋଇଥିବାରୁ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । କଥାହେଲା ଯେଉଁ ସମୟରେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ଠିକ୍‌ ସେତିକି ବେଳେ ଭାଙ୍ଗିଯାଇଥିଲା ପୋଲ । ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।

ଗୁଜୁରାଟ ମହିସାଗର ନଦୀ ଉପରେ ଥିବା ବ୍ରିଜ୍ ଭାଙ୍ଗିଯିବାରୁ ଗାଡ଼ି ଗୁଡ଼ିକ ପୋଲ ତଳକୁ ଖସି ପଡିଥିବା ଜଣାପଡ଼ିଛି । ୨ ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନ୍ ଖସିପଡିଥିବା ବେଳେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି । ତେବେ ପୋଲଟି ୪୫ ବର୍ଷ ପୁରୁଣା ହୋଇଥିବା କୁହାଯାଉଛି । 

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ସାଢେ ୮ଟା ବେଳେ ଏହି ଘଟଣା ଘଟିଛି । ତେବେ ପୋଲ ଭାଙ୍ଗିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗୋଟିଏ ଟ୍ୟାଙ୍କର ଭାଙ୍ଗି ଯାଇଥିବା ପୋଲରୁ ଅଧା ଝୁଲି ରହିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ନଦୀ ଭିତରେ ଖସି ପଡିଥିବା ଲୋକଙ୍କୁ ଉଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe