କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ କ୍ୱାଟର ଛାଡ଼ିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କୁ ଯେଉଁ ସରକାରୀ ସୁବିଧା ମିଳୁଥିଲା ଏବେ ସବୁକୁ ଛାଡ଼ିବାକୁ ଯାଉଛନ୍ତି । କ୍ୱାଟର ଛାଡ଼ିବା ପରେ କେଉଁଠି ରହିବେ କେଜ୍ରିୱାଲ । ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ସୃଷ୍ଟି ହୋଇଥିବାବେଳେ ଆପ ନେତା ସଞ୍ଜୟ ସିଂ କହିଛନ୍ତି କି, ତାଙ୍କୁ ସୁରକ୍ଷା ଦିଆଯାଉ । ତାଙ୍କ ଜୀବନ ପ୍ରତି ବିପଦ ରହିଛି ।
ଅନ୍ୟପଟେ କେଜ୍ରିୱାଲ କହିଛନ୍ତି ମୋତେ କେବଳ ଭଗବାନ ରକ୍ଷା କରିବେ । ଏତେଦିନ ଜେଲରେ ରହିଲି । ବହୁ ଗୁଣ୍ଡା ଶ୍ରେଣୀର ଲୋକଙ୍କ ସହ ରହିଛି, ଏଣୁ ମୋର କାହାକୁ ଭୟ କରିବାର ନାହିଁ । ମୋତେ କେବଳ ଭଗବାନ ରକ୍ଷା କରିବେ । ବିଜେପି ଲଗାତାର ଭାବେ କେଜ୍ରିୱାଲଙ୍କୁ ବଦନାମ କରିବା ପାଇଁ ବିଭିନ୍ନ ଯୋଜନାମାନ କରୁଥିବାବେଳେ ତାଙ୍କୁ ଜେଲରେ ଭର୍ତ୍ତି କରିଥିଲା । ଯାହାକୁ ନେଇ ଆପ ନେତାମାନେ ନିନ୍ଦା କରିଛନ୍ତି ।
ଅନ୍ୟପଟେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଦିଲ୍ଲୀବାସୀ ବେଶ ଦୁଃଖ ପ୍ରକାଶ କରିଛନ୍ତି । ଯିଏ ସେମାନଙ୍କ ପାଇଁ ଏତେ କାମ କଲେ ଆଉ ଶେଷରେ ଜେଲ ମଧ୍ୟ ଗଲେ, ଏମିତିକି ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ଛାଡ଼ିବାକୁ ପଡ଼ିଲା । ମାଗଣା ଶିକ୍ଷା, ବିଜୁଳି ପ୍ରଦାନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ସହ ଏଭଳି ଆକ୍ରମଣାତ୍ମକ ରାଜନୀତି କରୁଥିବା ବିଜେପିକୁ ନିନ୍ଦା କରୁଛନ୍ତି ଜନତା । ଏଭଳି କହିଛନ୍ତି ଆପ ନେତା ।
ସେପଟେ ସେପ୍ଟେମ୍ବର ୨୧ ଶନିବାରରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିପାରନ୍ତି ।ଦିଲ୍ଲୀ ଉପରାଜ୍ୟପାଳ ବିନୟ ସାକ୍ସେନା ରାଷ୍ଟ୍ରପତି ଏବଂ ଗୃହ ମନ୍ତ୍ରଣାଳୟକୁ ଏକଚିଠି ପଠାଇଛନ୍ତି ଏବଂ ୨୧ ସେପ୍ଟେମ୍ବର ୨୦୨୪ରେ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣକରିବାର ତାରିଖ ଭାବରେ ପ୍ରସ୍ତାବ ଦେଇଛନ୍ତି ।
ତେବେ ଶପଥ ଗ୍ରହଣ କରିବାର କୌଣସି ତାରିଖଆତିଶୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇନାହିଁ । ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି ଏହିପଦବୀରେ ରହି ଶିଲା ଦିକ୍ଷୀତ ଦିଲ୍ଲୀର ଅଧିକ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡକରିଥିଲେ। ତେବେ ସବୁଠାରୁ କମ ସମୟ ପର୍ଯ୍ୟନ୍ତ ୧୯୯୮ରେ ସ୍ୱରାଜଙ୍କକାର୍ଯ୍ୟକାଳ ୫୨ ଦିନ ଥିଲା । ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ପରେ ଆତିଶୀ (୪୩) ଦିଲ୍ଲୀରସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ହେବେ ।
ଉଲ୍ଲେଖଯୋଗ୍ୟ, ଆସନ୍ତାଫେବ୍ରୁଆରିରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ କେଜ୍ରିୱାଲ ଆଗୁଆ ନିର୍ବାଚନକରାଇବାକୁ ଦାବି କରୁଛନ୍ତି । ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଗତକାଲି ଅପରାହ୍ନ ପ୍ରାୟ ୪.୩୦ ସମୟରେଉପରାଜ୍ୟପାଳ ଭିକେ ସାକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ ।
ସେହିପରି ସମସ୍ତ ବିଧାୟକ ଆତିଶୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲେ । ଦିଲ୍ଲୀରେ ଆମ୍ଆଦମୀ ପାର୍ଟିର ଏକ ନୂତନ ସରକାର ଗଠନ ହେବାକୁ ଯାଉଛି ।