କନକ ବ୍ୟୁରୋ : ରାଜ୍ୟସଭା ଯାଇପାରନ୍ତି ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ରାଜ୍ୟସଭା ମୁହାଁ ହୋଇପାରନ୍ତି ଆପ ମୁଖ୍ୟ । ଏହି ଚର୍ଚ୍ଚାରେ ଏଥିପାଇଁ ଜୋରସୋରରେ ପୁଣି ଆରମ୍ଭ ହୋଇଛି କାରଣ ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଲୁଧିଆନା ୱେଷ୍ଟରୁ ଉପନିର୍ବାଚନ ଲଢ଼ିବେ ।

Advertisment

ଏବେ ପ୍ରଶ୍ନ ଉଠୁଛି ହଠାତ କାହିଁକି ରାଜୀବଙ୍କୁ ଉପନିର୍ବାଚନ ଲଢ଼େଇବାକୁ ନିଷ୍ପତ୍ତି ନେଲା । ଏଠି ଗୋଟେ କଥା କୁହାଯାଇପାରେ ଦିଲ୍ଲୀରେ ଶୋଚନୀୟ ପରାଜୟ ପରେ କେଜ୍ରିୱାଲଙ୍କ ଫୋକସରେ ଏବେ କେବଳ ପଞ୍ଜାବ ରହିଛି । ଦିଲ୍ଲୀରେ ଶାସନ କ୍ଷମତା ଗଲା ପରେ ପଞ୍ଜାବରେ ହିଁ ଗୋଟିଏ ମାତ୍ର ରାଜ୍ୟ ଯେଉଁଠି ଦଳର ସରକାର ରହିଛି । ମୁଖ୍ୟମନ୍ତ୍ରୀମାନଙ୍କୁ ହଟାଇବା ଏତେ ସହଜ ହେବନି କାରଣ ଦଳ ଭାଙ୍ଗିବା ସମ୍ଭାବନା ରହିଛି । ଏପରି ସ୍ଥଳରେ ରାଜ୍ୟସଭା କେଜ୍ରିୱାଲଙ୍କ ପାଇଁ ସେଫ ଜୋନ । ୧୫ବର୍ଷ ଧରି ଶାସନ ଡୋରି ନିଜ ହାତରେ ରଖିଥିବା କେଜ୍ରିୱାଲ ଏବେ କ୍ଷମତାରେ ନାହାଁନ୍ତି ।୩ଥର ବିଧାନସଭାରେ ଜିତିବାପରେ ଯଦି ରାଜ୍ୟସଭାକୁ ଯାଉଛନ୍ତି ତେବେ ପାୱାର ପଲିଟିକ୍ସରେ ପଛରେ ପଡିବେନି ।

ତେବେ ଏଠି ଆଉ ଗୋଟେ କଥା ମଧ୍ୟ ଉଠୁଛି ଯିଏ ନୀତି ଓ ନୈତିକତାର କଥା କହୁଥିଲା ଓ ଅନ୍ୟମାନଙ୍କ ଯୁକ୍ତି ବାଢ଼େଇ ନିଜକୁ ଅନ୍ୟମାନଙ୍କଠୁ ଭିନ୍ନ କହୁଥିଲା ସେ ବ୍ୟାକ ଡୋର ପଲିଟିକ୍ସ କାହିଁକି କରୁଛି ।

ରାଜ୍ୟସଭା ଯିବେ କେଜ୍ରିୱାଲ !
-ସଞ୍ଜୀବ ଆରୋରା ଲୁଧିଆନା ୱେଷ୍ଟରୁ ଉପନିର୍ବାଚନ ଲଢ଼ିବେ
-ବିଧାୟକ ଗୁରୁପ୍ରୀତ ସିଂ ଗୋଗୀଙ୍କ ନିଧନ ପରେ ଆସନ ଖାଲିପଡିଛି
-ରାଜ୍ୟସଭାରେ ସଞ୍ଜୀବଙ୍କ ୨୦୨୮ ପର୍ଯ୍ୟନ୍ତ କାର୍ଯ୍ୟକାଳ ରହିଛି
-ଯଦି ରାଜ୍ୟସଭା ଯିବେ କେଜ୍ରିୱାଲ ତେବେ ଜିତିବା ବିଶେଷ କଷ୍ଟ ହେବନି
-ରାଜ୍ୟସଭା ନିର୍ବାଚନ ଗଣିତ ହିସାବରେ ଜଣଙ୍କୁ ଜିତିବା ପାଇଁ ୫୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ
-ଆପର ୯୩ଜଣ ବିଧାୟକ ରହିଛନ୍ତି
-ତେଣୁ ରାଜ୍ୟସଭା ଉପନିର୍ବାଚନ ଜିତିବା କେଜ୍ରିୱାଲଙ୍କ ପାଇଁ କୌଣସି ବଡ କଥା ହେବନି 
-ଏପରିକି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି
-ମାତ୍ର ୧୬ଜଣ ବିଧାୟକ ଥିବା କଂଗ୍ରେସ ଯଦି ପ୍ରାର୍ଥୀ ଦିଏ
-ଆପର ୪୦ଜଣ ବିଧାୟକ ଯଦି କ୍ରସ ଭୋଟିଂ କରନ୍ତି ତେବେ  କେଜ୍ରିୱାଲଙ୍କ ପାଇଁ ଜିତିବା କଷ୍ଟକର
-କେଜ୍ରିୱାଲଙ୍କ ଦିଲ୍ଲୀ ଆପ ଦ୍ୱାରା ପଞ୍ଜାବ ଶାସନ ଚାଲୁଥିବା ଅଭିଯୋଗ କରି କିଛି ବିଧାୟକ ଅସନ୍ତୁଷ୍ଟ ଅଛନ୍ତି
-ଚଳିତବର୍ଷ ଶେଷ ସୁଦ୍ଧା ଉଭୟ ଉଫନିର୍ବାଚନ ଓ ବିଧାନସଭା ନିର୍ବାଚନ ହେବ