କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମ; ପଦଯାତ୍ରା ସମୟରେ ତରଳ ପଦାର୍ଥ ପିଙ୍ଗିବାକୁ ଯାଇ ଦୁର୍ବୃତ୍ତ ଗିରଫ

Advertisment

ଆଜି ସଂଧ୍ୟାରେ ପଦଯାତ୍ରା କରୁଥିବା ସମୟରେ ହଠାତ ଭିଡ଼ ଭିତରୁ ଜଣେ ଅଜ୍ଞାତ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ତରଳ ପଦାର୍ଥ ଫିଙ୍ଗିବା ସମୟରେ ଧରାପଡିଛନ୍ତି ।

ଆଜି ସଂଧ୍ୟାରେ ପଦଯାତ୍ରା କରୁଥିବା ସମୟରେ ହଠାତ ଭିଡ଼ ଭିତରୁ ଜଣେ ଅଜ୍ଞାତ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ତରଳ ପଦାର୍ଥ ଫିଙ୍ଗିବା ସମୟରେ ଧରାପଡିଛନ୍ତି ।

ପୁଣି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ: ଜୁଲାଇ ୧୨ ଯାଏଁ ବଢ଼ିଲା ବିଚାର ବିଭାଗୀୟ ହାଜତ ମିଆଦୀ

କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମପଣ୍ଡ ହୋଇଛି । ଆଜି ସଂଧ୍ୟାରେ ପଦଯାତ୍ରା କରୁଥିବା ସମୟରେ ହଠାତ ଭିଡ଼ ଭିତରୁ ଜଣେ ଅଜ୍ଞାତ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ତରଳ ପଦାର୍ଥ ଫିଙ୍ଗିବା ସମୟରେ ଧରାପଡିଛନ୍ତି । ତେବେ ଘଟଣାରେ ଆପ ମୁଖିଆଙ୍କ କୌଣସି କ୍ଷତି ହୋଇନି ।

ତେବେ ଧରାପଡାଯିବା ପରେ ଦୁର୍ବୃତ୍ତକୁ ନିର୍ଧୁମ ମାଡ଼ ମାରିବା ସହ ପୁଲିସ ଜିମା ଦିଆଯାଇଛି । ତେବେ ଆକ୍ରମଣ ପଛର କାରଣ କଣ ଏନେଇ ପୁଲିସ ତନାଘନା କରୁଛି । ସେପଟେ ଆପ କହିଛି ଯେବେ ବିଜେପି ନେତା ରାଲି କରୁଛନ୍ତି ତାଙ୍କ ଉପରେ ଆକ୍ରମଣ କରାଯାଉନି କିନ୍ତୁ ଅନ୍ୟଦଳର ନେତାଙ୍କୁ ଲଗାତାର ଆକ୍ରମଣ କରାଯାଉଛି । ଦିଲ୍ଲୀ ପୁଲିସର ଅପାରଗତା କାରଣରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ସୌରଭ ଭରଦ୍ୱାଜ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe