କନକ ବ୍ୟୁରୋ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ଉଦ୍ୟମପଣ୍ଡ ହୋଇଛି । ଆଜି ସଂଧ୍ୟାରେ ପଦଯାତ୍ରା କରୁଥିବା ସମୟରେ ହଠାତ ଭିଡ଼ ଭିତରୁ ଜଣେ ଅଜ୍ଞାତ ବ୍ୟକ୍ତି କେଜ୍ରିୱାଲଙ୍କ ଉପରେ ତରଳ ପଦାର୍ଥ ଫିଙ୍ଗିବା ସମୟରେ ଧରାପଡିଛନ୍ତି । ତେବେ ଘଟଣାରେ ଆପ ମୁଖିଆଙ୍କ କୌଣସି କ୍ଷତି ହୋଇନି ।
ତେବେ ଧରାପଡାଯିବା ପରେ ଦୁର୍ବୃତ୍ତକୁ ନିର୍ଧୁମ ମାଡ଼ ମାରିବା ସହ ପୁଲିସ ଜିମା ଦିଆଯାଇଛି । ତେବେ ଆକ୍ରମଣ ପଛର କାରଣ କଣ ଏନେଇ ପୁଲିସ ତନାଘନା କରୁଛି । ସେପଟେ ଆପ କହିଛି ଯେବେ ବିଜେପି ନେତା ରାଲି କରୁଛନ୍ତି ତାଙ୍କ ଉପରେ ଆକ୍ରମଣ କରାଯାଉନି କିନ୍ତୁ ଅନ୍ୟଦଳର ନେତାଙ୍କୁ ଲଗାତାର ଆକ୍ରମଣ କରାଯାଉଛି । ଦିଲ୍ଲୀ ପୁଲିସର ଅପାରଗତା କାରଣରୁ ଏଭଳି ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ସୌରଭ ଭରଦ୍ୱାଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/post_attachments/wp-content/uploads/2024/07/1701952706_1692166106_arvind-kejriwal.jpg)