କନକ ବ୍ୟୁରୋ: ପାକିସ୍ତାନ ସତରେ କେବେ ସୁଧୁରିବ ନାହିଁ । ଭାରତର ଆକ୍ରମଣ ପରେ ପାକିସ୍ତାନ ପ୍ରଥମେ ମାନିବାକୁ ପ୍ରସ୍ତୁତ ନଥିଲା କି ଭାରତ ଆକ୍ରମଣ କରିଛି ବୋଲି । ହେଲେ ଏବେ ଖୋଦ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ୍‌ ସରିଫ୍‌ କହିଛନ୍ତି, ଆକ୍ରମଣ ହୋଇଛି ବୋଲି ତାଙ୍କୁ କୁଆଡ଼େ ଅଧ ରାତିରେ ପାକିସ୍ତାନର ଆର୍ମି ଜେନେରାଲ ଅସିତ୍‌ ମୁନିର ଫୋନ୍‌ କରି ସୂଚନା ଦେଇଥିଲେ । କଥାହେଲା, ଯଦି ସେହିଦିନ ରାତିରେ ସେ ସବୁ ଜାଣିଥିଲେ ତାହେଲେ ସତ କହିବାକୁ ପଛଘୁଞ୍ଚା କାହିଁକି ଦେଉଥିଲେ । ବିଶ୍ବରେ ନିନ୍ଦିତ ହେବାର ଡର ଥିଲା ନା ଆଉ କିଛି କାରଣ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

Advertisment

ନିର୍ଲଜ ପାକିସ୍ତାନ
ଆକ୍ରମଣ ହୋଇଥିବା ବୋଲି ମାନିନଥିଲା, ଏବେ ମାନିଲା
ସତ କବୁଲ୍‌ କରିବାକୁ ଏତେ ଅପେକ୍ଷା କାହିଁକି
ଅପରେସନ୍‌ ସିନ୍ଦୂର
ଛାରଖାର ପାକିସ୍ତାନ
ବଦମାସି କରିବ ତ ପୁଣି ମାଡ଼ ଖାଇବ

ଯେବେ ଯେବେ ଭାରତକୁ ଆଖି ଉଠାଇ ପାକିସ୍ତାନ ଦେଖିଛି ସେବେ ସେବେ ପାକିସ୍ତାନ ଉପରେ ଜୋରଦାର ହମଲା କରିଛି ଭାରତ । ପହଲଗାମ୍‌ରେ ଆତଙ୍କୀ ହମ୍‌ଲା ପରେ ୨୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା । ଏହି ଆକ୍ରମଣକୁ ନେଇ ପୂରା ଦେଶରେ ଆକ୍ରୋଶ ବଢିଥିଲା । ତୁରନ୍ତ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦାବି ଜୋର ଧରିଥିଲା । ଶେଷରେ ମେ ୬ ତାରିଖ ରାତିରେ ପାକିସ୍ତାନ ଉପରେ ଆକ୍ରମଣ କରିଥିଲା ଭାରତ । ଆକ୍ରମଣ ଏତେ ତୀବ୍ର ଥିଲା ଯେ ଚାହୁଁଚାହୁଁ ପାକିସ୍ତାନ ଛାରଖାର ହୋଇଗଲା । ଭାରତ ଯେବେ ବିଶ୍ବନେତାଙ୍କୁ ଏନେଇ ସୂଚନା ଦେଇଥିବା ସେହି ସମୟରେ ପାକିସ୍ତାନ ପ୍ରଥମେ ମାନିବାକୁ ପ୍ରସ୍ତୁତ ନଥିଲା । ହେଲେ ଏବେ ପାକିସ୍ତାନର ପିଏମ୍‌ ଏନେଇ ସୂଚନା ଦେଇଛନ୍ତି । ଖୋଦ୍‌ ମାନିଛନ୍ତି ଭାରତର ଆକ୍ରମଣ କେତେ ଭୟଙ୍କର ଥିଲା । 

ଅପରେସନ୍‌ ସିନ୍ଦୂର
ଛାରଖାର ପାକିସ୍ତାନ ଏୟାରବେସ୍‌

ଅପରେସନ୍‌ ସିନ୍ଦୂର…ଭାରତର ଜବାବ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଥିବା ମାନିଛି ପାକିସ୍ତାନ । ଭୟଙ୍କର କ୍ଷତି ସହିଥିବାର ଶେଷରେ ମାନିଛି । ଭାରତର ମିସାଇଲ୍ ଆଟାକରେ ବହୁ ଏୟାରବେସ୍ ଧ୍ବଂସ ହୋଇଛି। ବେଶି କ୍ଷତି ସହିଛି ରାୱଲପିଣ୍ଡି ସ୍ଥିତ ନୂରଖାନ ଏୟାରବେସ୍‌ । ସେହବାଜ୍‌ ସରିଫଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ଯେଉଁଥିରେ ସେ କହୁଛନ୍ତି, ଗତ ୯ ଓ ୧୦ ତାରିଖ ରାତି ପାଖାପାଖି ସାଢ଼େ ୨ଟା ବେଳେ ଜେନେରାଲ୍ ଅସିମ୍‌ ମୁନିର ତାଙ୍କୁ ଫୋନ୍ କରି ଜଣାଇଥିଲେ ଯେ ଭାରତ ବାଲିଷ୍ଟିକ ମିସାଇଲ୍ ଲଞ୍ଚ କରିଛି । ଯାହା ନୂରଖାନ୍ ଏୟାରବେସକୁ ହିଟ୍ କରିଛି । 

ମୋଟ୍‌ ଉପରେ ଭାରତର ଆକ୍ରମଣରେ ଛାରଖାର ହୋଇଛି ପାକିସ୍ତାନ । ଅପରେସନ୍‌ ସିନ୍ଦୂର ପରେ ଭାରତ ସ୍ପଷ୍ଟ କରିଛି କି, ଇଏ ତ ଟ୍ରେଲର ଥିଲା ଆଗକୁ ଫୁଲ୍‌ ପିକ୍‌ଚର୍‌ ଅଛି । ଯଦି ଭାରତ ସହ କିଏ ଲାଗେ ତେବେ ତାଙ୍କୁ ପ୍ରତିଜବାବ ଏମିତି ଦିଆଯିବ ଯେ ସେମାନେ କେବେ ସ୍ବପ୍ନରେ ଭାବିନଥିବେ । କଥାହେଲା, ଭାରତର ଜୋରଦାର ଆକ୍ରମଣ ପରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରାଯାଇଥିଲା । ଯାହା ୧୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଆଗାମୀ ଦିନରେ ଭାରତ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।