କନକ ବ୍ୟୁରୋ : ସେନା ବେଶରେ ଆସିଲେ ବ୍ୟାଙ୍କକୁ ଲୁଟିଲେ । କର୍ଣ୍ଣାଟକର ବିଜୟପୁରାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ବଡ଼ ଧରଣର ଡକାୟତି ହୋଇଛି । ୩ ଜଣ ମୁଖାପିନ୍ଧା ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ, ଛୁରି ଦେଖାଇ ଭୟଭୀତ କରାଇବା ସହିତ ସେମାନଙ୍କୁ ବାନ୍ଧି ଟଙ୍କା ଏବଂ ସୁନା ଅଳଙ୍କାର ଲୁଟି ନେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ୩ ଜଣ ବ୍ୟକ୍ତି ବ୍ୟାଙ୍କକୁ ଆସିଥିଲେ । ସେମାନେ ଏକ କରେଣ୍ଟ ଆକାଉଣ୍ଟ ଖୋଲିବା ନେଇ ମ୍ୟାନେଜରଙ୍କୁ କହିଥିଲେ । କିଛି ସମୟ ପରେ ବନ୍ଧୁକ ଏବଂ ଛୁରି ବାହାର କରି ମ୍ୟାନେଜର, କ୍ୟାଶିୟର ଏବଂ ଅନ୍ୟ କର୍ମଚାରୀଙ୍କୁ ଡରାଇଥିଲେ । ସନ୍ଧ୍ୟା ସମୟରେ କମ୍ କର୍ମଚାରୀ ଥିବାବେଳେ ସେମାନେ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରାଇଥିଲେ। ପରେ ପ୍ରାୟ ୨୦ କିଲୋଗ୍ରାମ ଓଜନର ସୁନା ଅଳଙ୍କାର ଏବଂ କୋଟିଏ ଟଙ୍କା ଲୁଟି ଚମ୍ପଟ ମାରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/17/robbery-2025-09-17-22-19-01.jpg)