ଅବସାଦକୁ ନେଇ ଆପଣଙ୍କ ମନରେ ଆସୁଛି କି ଆତ୍ମହତ୍ୟା କଥା? ଜାଣନ୍ତୁ କେମିତି ହେବେ ଚିନ୍ତାମୁକ୍ତ....

Advertisment

ସମଗ୍ର ବିଶ୍ୱରେ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି, ବିଶେଷ କରି ଆଜିର ଯୁବବର୍ଗ ଆତ୍ମହତ୍ୟା ପରି ଏକ ଭୟଙ୍କର ଫାସ ଭିତରକୁ ଟାଣିହୋଇ ଯାଉଛନ୍ତି। କିଛି ଲୋକ ନିଜର ପାରିବାରିକ କଳହକୁ ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଆଉ କିଛି ନିଜର ପ୍ରେମ ସମ୍ପର୍କ ଭାଙ୍ଗିଗଲେ ମଧ୍ୟ ଆତ୍ମହତ୍ୟାର ବାଟ ବାଛି ନିଅନ୍ତି।

ସମଗ୍ର ବିଶ୍ୱରେ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି, ବିଶେଷ କରି ଆଜିର ଯୁବବର୍ଗ ଆତ୍ମହତ୍ୟା ପରି ଏକ ଭୟଙ୍କର ଫାସ ଭିତରକୁ ଟାଣିହୋଇ ଯାଉଛନ୍ତି। କିଛି ଲୋକ ନିଜର ପାରିବାରିକ କଳହକୁ ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଆଉ କିଛି ନିଜର ପ୍ରେମ ସମ୍ପର୍କ ଭାଙ୍ଗିଗଲେ ମଧ୍ୟ ଆତ୍ମହତ୍ୟାର ବାଟ ବାଛି ନିଅନ୍ତି।

wdw

କନକ ବ୍ୟୁରୋ: ସମଗ୍ର ବିଶ୍ୱରେ ଦିନକୁ ଦିନ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି, ବିଶେଷ କରି ଆଜିର ଯୁବବର୍ଗ ଆତ୍ମହତ୍ୟା ପରି ଏକ ଭୟଙ୍କର ଫାସ ଭିତରକୁ ଟାଣିହୋଇ ଯାଉଛନ୍ତି। କିଛି ଲୋକ ନିଜର ପାରିବାରିକ କଳହକୁ ସହି ନପାରି ଆତ୍ମହତ୍ୟା କରୁଥିବା ବେଳେ ଆଉ କିଛି ନିଜର ପ୍ରେମ ସମ୍ପର୍କ ଭାଙ୍ଗିଗଲେ ମଧ୍ୟ ଆତ୍ମହତ୍ୟାର ବାଟ ବାଛି ନିଅନ୍ତି। ଛାତ୍ରଛାତ୍ରୀମାନେ ଆଶାତୀତ ମାର୍କ ନରଖି ପାରିଲେ, ଯୁବପିଢ଼ି ଚାକିରି ନ ପାଇଲେ, ବ୍ରେକଅପ୍ ପରେ ପ୍ରେମୀଯୁଗଳ ଏକାନ୍ତ କାରଣରୁ ଆତ୍ମହତ୍ୟା ଭଳି ଗୋଟେ ଖରାପ ନିଷ୍ପତ୍ତିକୁ ବାଛି ନିଅନ୍ତି । 

ମଣିଷ ଜୀବନରେ ଏମିତି ଅନେକ ମୋଡ ଆସେ ଯେଉଁଠିକି ସେ ନିଜକୁ ନିରାଶ ମନେ କରେ, ମନୋବିଜ୍ଞାନୀଙ୍କ ମତରେ ଆତ୍ମହତ୍ୟା ଭଳି ଚିନ୍ତାଧାରା ମାନସିକ ବ୍ୟାଧିକୁ ସୂଚାଏ। ବିଶେଷକରି ମାନସିକ ଚିନ୍ତା ଗ୍ରସ୍ତ ଥିବା ଲୋକମାନଙ୍କୁ ଏହାର ସାମ୍ନା କରିବାକୁ ପଡିଥାଏ । ପ୍ରତିବର୍ଷ ୧୦ ସେପ୍ଟେମ୍ବରରେ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାଯାଏ । ଯାହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଆତ୍ମହତ୍ୟା ଚିନ୍ତାଧାରାରୁ ମୁକ୍ତ କରି ପ୍ରତ୍ୟେକ ସମସ୍ୟାକୁ କିପରି ସହଜରେ ସାମ୍ନା କରିବା ତାହା ଶିଖେଇବା ।

ମାନସିକ ଚାପଗ୍ରସ୍ତର ଶିକାର:
ଆତ୍ମହତ୍ୟାର ମୁଖ୍ୟ କାରଣ ହେଉଛି ମାନସିକ ଚାପ । ମାନସିକ ଚାପରେ ଥିବା ଲୋକମାନଙ୍କ ମନକୁ ଆତ୍ମହତ୍ୟା କରିବା କଥା ବାରମ୍ବାର ଆସେ । ଅନେକ ସମୟରେ ଲୋକମାନେ ମାନସିକ ଚାପରୁ ହିଁ ଏଭଳି ଚରମ ନିଷ୍ପତ୍ତି ନେଇଥାନ୍ତି । 

ଦୀର୍ଘସ୍ଥାୟୀ ଶାରୀରିକ ରୋଗରେ ପୀଡିତ 

ଯେଉଁମାନେ ଦୀର୍ଘ ସମୟଧରି କୌଣସି ଶାରୀରିକ ରୋଗରେ ପୀଡିତ ଥାନ୍ତି, ସେମାନେ ନିଜର ଦୈନଦିନ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରନ୍ତି, ସେଥିପାଇଁ ସେ ନିଜକୁ ଅସହାୟ ମନେ କରି ଆତ୍ମହତ୍ୟା କଥା ମନକୁ ଆଣନ୍ତି ।

ନିଶା ସେବନ
ମଦ୍ୟପାନ, ଧୂମପାନ ଏବଂ ଡ୍ରଗ୍ସ ଖାଉଥିବା ଅଧିକାଂଶ ଲୋକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି। କାରଣ ସେମାନେ ସବୁ ସମୟରେ ନିଶାରେ ବୁଡିକି ରହିଥାନ୍ତି ।

ଅଧିକ ରାଗି ସ୍ୱଭାବ  
ଯେଉଁମାନେ ପ୍ରତ୍ୟେକ କଥାରେ ହଠାତ ରାଗି ଯଆନ୍ତି ଏବଂ ନିଜକୁ ଠିକ୍ ଭାବନ୍ତି ସେମାନେ ମଧ୍ୟ ଆତ୍ମହତ୍ୟା ଭଳି ବ୍ୟାଧିର ଶିକାର ହୁଅନ୍ତି ।

ଲକ୍ଷଣ ଚିହ୍ନନ୍ତୁ
ବିଭିନ୍ନ କାରଣକୁ ନେଇ ଯେବେ ମଣିଷ ଚାପଗ୍ରସ୍ତ ହୁଏ, ଖାଇବା ପିଇବା, ବୁଲିବା ଆଦିରୁ ନିଜକୁ ଦୂରେଇ ରଖେ, ଏମିତିକି ସବୁବେଳେ ଏକୁଟିଆ ରହିବାକୁ ଚେଷ୍ଟା କରେ, ସେମାନଙ୍କ ବ୍ୟବହାରରେ ଏପରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ଆତ୍ମହତ୍ୟା ଚିନ୍ତାଧାରାକୁ କିପରି ନିୟନ୍ତ୍ରଣ କରିବେ
ଲୋକମାନଙ୍କ ସହ ମିଶନ୍ତୁ
ସମସ୍ୟା ବଢିଲେ ହତାଶ ହେବା ପରିବର୍ତ୍ତେ ନିଜ ପ୍ରିୟ ଲୋକଙ୍କ ସହ ମିଶନ୍ତୁ ଏବଂ ସେମାନଙ୍କୁ ଆପଣଙ୍କର ସମସ୍ୟା ବିଷୟରେ କୁହନ୍ତୁ, କାରଣ ଆଲୋଚନା କରିବା ଦ୍ୱାରା ସବୁ ସମସ୍ୟାର ସମାଧାନ କରିବା ପାଇଁ ବାଟ ଫିଟିଥାଏ, ଏପରି କରିବା ଦ୍ୱାରା ଆତ୍ମହତ୍ୟା ଚିନ୍ତା ମନକୁ ଆସେନା ।

ଆତ୍ମ-ଯତ୍ନ ଉପରେ ଧ୍ୟାନ ଦିଅନ୍ତୁ
ଲୋକ କଣ କହୁଛନ୍ତି ସେ କଥାକୁ ଧରି ଚିନ୍ତା କରିବା ପରିବର୍ତ୍ତେ ନିଜର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ, ଏହା ବ୍ୟକ୍ତିଙ୍କୁ ସୁସ୍ଥ ରଖେ, ତାସହ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ।

ମାନସିକ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦିଅନ୍ତୁ 
ଯଦି ଆପଣଙ୍କ ମନରେ ବାରମ୍ବାର ଆତ୍ମହତ୍ୟା ଚିନ୍ତାଧାରା ସୃଷ୍ଟି ହୁଏ, ତେବେ ଏଥିରୁ ଦୂରେଇ ରହିବା ପାଇଁ ମନୋବିଜ୍ଞାନୀଙ୍କ ପରାମର୍ଶ ନିଅନ୍ତୁ, ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ ସାଧାରଣତଃ ଅଧିକ ସମୟ ଧରି ଚାପଗ୍ରସ୍ତ ରହିଲେ ଏପରି ଚିନ୍ତା ମନକୁ ଆସେ, ସୁସ୍ଥ ମନ ଓ ଶରୀର ପାଇଁ ଯୋଗ ପ୍ରାଣାୟମ ମଧ୍ୟ କରନ୍ତୁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe