କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ପହଞ୍ଚିଲା ଆଦାନୀ ଲାଞ୍ଚ ମାମଲା । ଶିଳ୍ପପତି ଗୌତମ ଆଦାନୀଙ୍କ ଅଡୁଆ ବଢିବାରେ ଲାଗିଛି । ସଂସଦରେ ବିରୋଧୀ ହଙ୍ଗାମା କରିବା ପରେ ଏବେ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି ଆଦାନୀ ଗ୍ରୁପ ନାଁରେ ମାମଲା । ଆବେଦନକାରୀ ଓକିଲ ବିଶାଲ ତିୱାରୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଆମେରିକାର କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ଥ ହୋଇଥିବା ଗୌତମ ଆଦାନୀ ଓ ଅନ୍ୟ ୭ ଜଣ ସହଯୋଗୀଙ୍କୁ ବିରୋଧରେ କୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ସେପଟେ ଆଦାନୀ ଗ୍ରୁପର ଆର୍ଥିକ କାରବାର ନେଇ ସେବିର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ ଓକିଲ । ପୂର୍ବରୁ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ କୋର୍ଟରେ ଦାଖଲ ହୋଇଥିଲା ପିଟିସନ ଖାରଜ ହୋଇଥିଲା । ତେଣୁ ଏ ନୂଆ ମାମଲାରେ ସୁପ୍ରିମକୋର୍ଟ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉପରେ ସଭିଙ୍କ ନଜର ରହିଛି ।
ସେପଟେ ସଂସଦରେ ଉଠିଲା ଆଦାନୀ ଲାଞ୍ଚ ପ୍ରସଙ୍ଗ । ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଲୋକସଭା ୨୭ ତାରିଖ ପର୍ୟ୍ୟନ୍ତ ସ୍ଥଗିତ ଘୋଷଣା କରିଛନ୍ତି ବାଚସ୍ପତି ଓମ ବିର୍ଲା । ଏପଟେ ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2024/11/25/n5symSqZs1u42FKws1lS.jpg)