କନକ ବ୍ୟୁରୋ : ମାର୍କେଟ ରେଗୁଲେଟର ସେବି ତରଫରୁ ଫଣ୍ଡ ହେରଫେର ମାମଲାରେ ଉଦ୍ୟୋଗପତି ଅନୀଲ ଅମ୍ବାନୀଙ୍କୁ ୫ ବର୍ଷ ପାଇଁ ସେୟାର ମାର୍କେଟ୍ ବ୍ୟାନ କରିଛନ୍ତି । କେବଳ ସେତିକି ନୁହେଁ ଅନୀଲ ଅମ୍ବାନୀଙ୍କ ଉପରେ ସେବି ୨୫ କୋଟି ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି । ଏହାସହ ସେ କୌଣସି ସୂଚିତ କମ୍ପାନୀର ନିର୍ଦ୍ଦେଶକ ପଦରେ ରହିପାରିବେ ନାହିଁ ବୋଲି ସେବି କହିଛି ।
ସେବି ତରଫରୁ ରିଲିୟାନ୍ସ ହୋମ ଫାଇନାନ୍ସର ପୂର୍ବତନ ଅଧିକାରୀଙ୍କ ସମେତ ଅନ୍ୟ ୨୪ ଜଣ ଏଣ୍ଟିଟିଜଙ୍କୁ ସେୟାର ମାର୍କେଟ୍ ବ୍ୟାନ କରିଛନ୍ତି । ସେମାନଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ସେହିଭଳି ରିଲିଆନ୍ସ ହୋମ୍ ଫାଇନାନ୍ସ କମ୍ପାନୀକୁ ମଧ୍ୟ ୬ ମାସ ପାଇଁ ବ୍ୟାନ୍ କରାଯାଇଛି । ଏହାସହ ଏହି କମ୍ପାନୀ ଉପରେ ୬ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।
ସେବି ତରଫରୁ ଜାରି କରାଯାଇଥିବା ୨୨୨ ପୃଷ୍ଟାର ଫାଇନାଲ ଅର୍ଡର ମୁତାବକ ଯାଂଚରେ ଜଣାପଡିଛି କି, ରିଲିଆନ୍ସ ହୋମ୍ ଫାଇନାନ୍ସର ଅଧିକାରୀଙ୍କ ସହାୟତାରେ ଅନୀଲ ଅମ୍ବାନୀ ଅର୍ଥ ହେରଫେର କରିଛନ୍ତି । ଏହି ଫଣ୍ଡକୁ ଅନୀଲ ଅମ୍ବାନୀ ନିଜେ ବ୍ୟବହାର କରିଛନ୍ତି । ହେଲେ ଏହାକୁ ଲୋନ୍ ଆଧାରରେ ଦିଆଯାଇଥିବା କଥା ସେବି ସ୍ପଷ୍ଟ କରିଛି ।