ବଦଳିଲା ପୋର୍ଟବ୍ଲେୟାର ନାଁ । ଆଣ୍ଡାମାନ ନିକୋବର ରାଜଧାନୀ ହେଲା ଶ୍ରୀବିଜୟପୁରମ ।

Advertisment

୨୦୧୮ ଗସ୍ତ ସମୟରେ ନାଁ ବଦଳାଇବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ଗୃହମନ୍ତ୍ରୀ ଦେଲେ ସୂଚନା । 

Updated On

୨୦୧୮ ଗସ୍ତ ସମୟରେ ନାଁ ବଦଳାଇବାକୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆରେ ଗୃହମନ୍ତ୍ରୀ ଦେଲେ ସୂଚନା । 

ଅଦ୍ୟତନ ହୋଇଛି
55sf

କନକ ବ୍ୟୁରୋ: ବଦଳିଲା ଆଣ୍ଡାମାନ ନିକୋବର ରାଜଧାନୀର ନାମ । ଆଜିଠୁ ପୋର୍ଟ ବ୍ଲେୟାର ନୁହେଁ ଶ୍ରୀ ବିଜୟପୁରମ ନାମରେ ଜଣାଯିବ ପୋର୍ଟ ବ୍ଲେୟାର । ପୋର୍ଟବ୍ଲେୟାର ର ନାଁ ୧୭୮୯ରେ ଇଷ୍ଟ ଇଣ୍ଡିଆର ଆର୍ଚିବାଲଡ ବ୍ଲେୟାରଙ୍କ ସମ୍ମାନରେ ରଖାଯାଇଥିଲା । ବର୍ତ୍ତମାନ ଶୁକ୍ରବାର ଦିନ ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ପୋର୍ଟ ବ୍ଲେୟାରର ନାମ ପରିବର୍ତ୍ତନ କରିଛନ୍ତି । 
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଅମିତ ଶାହା ଲେଖିଛନ୍ତି, ଦେଶକୁ ଉପନୈବୈଶିକ ଛାପରୁ ମୁକ୍ତ କରିବା ପାଇଁ ଆଜି ଆମେ ପୋର୍ଟ ବ୍ଲେୟାରର ନାମକୁ "ଶ୍ରୀବିଜୟପୁରମ"ରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛୁ। 
ଗୃହମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, "ଏହା ମଧ୍ୟ ସେହି ସ୍ଥାନ ଯେଉଁଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ପାଇଁ ଆମର ତ୍ରିରଙ୍ଗା ଉଡାଇଥିଲେ ଏବଂ ଏଠାରେ ମଧ୍ୟ ବୀର ସାବରକର ଏବଂ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନେ ଏକ ସ୍ୱାଧୀନ ରାଷ୍ଟ୍ର ପାଇଁ ସଂଘର୍ଷ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe