କନକ ବ୍ୟୁରୋ : ପଞ୍ଜାବ ଅମ୍ରିତସରରେ ସକାଳୁ ସକାଳୁ ଫୁଟିଲା ଗୁଳି। ଦବୁର୍ଜି ଗାଁରେ ଜଣେ ଏନଆରଆଇଙ୍କ ଘରେ ପଶି ଗୁଳି ଚଳାଇଲେ ଦୁର୍ବତ୍ତ। ଦୁର୍ବତ୍ତଙ୍କ ଗୁଳିରେ ଗୁରୁତର ହୋଇଛନ୍ତି ଏନଆରଆଇ ସୁଖଚେନ ସିଂହ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାସକ ତଳେ ଆମେରିକାରୁ ଭାରତ ଫେରିଛନ୍ତି ସୁଖଚେନ ସିଂହ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ତାଙ୍କ ପରିବାର ଦାବି କରିଛନ୍ତି। ଆଜି ସକାଳ ପ୍ରାୟ ୭ଟା ୧୫ମିନିଟ ସମୟରେ ଦୁଇ ଜଣ ଦୁର୍ବତ ବାଇକରେ ଆସି ଦବୁର୍ଜି ଗାଁରେ ସୁଖଚେନ ସିଂଙ୍କ ଘରକୁ ଯିବା ପରେ ସେଠାରେ ଗୁଳି ଚାଳନା କରିଥିଲେ। ସମ୍ପୂର୍ଣ୍ଣ ଘଟଣାଟି ସିସିଟିଭିରେ କଏଦ ହୋଇଛି। ସୁଖଚେନଙ୍କ ଶରୀରରେ ୩ଟି ଗୁଳି ବାଜିଛି। ପ୍ରାୟ ମାସକ ତଳେ ଆମେରିକାରୁ ଭାରତକୁ ଫେରିଛନ୍ତି ସୁଖଚେନ ସିଂହ। ଏବଂ ଭାରତ ଫେରିବା ପରେ ସେ ପ୍ରାୟ ୧କୋଟି ଟଙ୍କାର ଏକ ହୋଟେଲ ଓ ଏକ ବିଳାସପୂର୍ଣ୍ଣ ଗାଡ଼ି ବି କିଣିଥିଲେ।
ପଞ୍ଜାବ ଅମ୍ରିତସରରେ ସକାଳୁ ସକାଳୁ ଫୁଟିଲା ଗୁଳି । ଦବୁର୍ଜି ଗାଁରେ ଏନଆରଆଇଙ୍କ ଘରେ ପଶି ଗୁଳି ଚଳାଇଲେ ଦୁର୍ବୃତ୍ତ
Advertisment
Follow Us