କନକ ବ୍ୟୁରୋ : ପାକିସ୍ତାନରେ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବେ ଆମେରିକା ରାଷ୍ଟ୍ରପତି । ପାକିସ୍ତାନ ଗଣମାଧ୍ୟରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ସେପ୍ଟେମ୍ବର ମାସରେ ଟ୍ରମ୍ପଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମ ରହିଛି । ଭାରତ ଗସ୍ତ ସାରି ଇସଲାମାବାଦ ଗସ୍ତରେ ଯାଇପାରନ୍ତି ଟ୍ରମ୍ପ ।

Advertisment

୨୦୦୬ରେ ଶେଷ ଥର ପାଇଁ ଆମେରିକା ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁସ ପାକିସ୍ତାନ ଗସ୍ତରେ ଯାଇଥିଲେ । ଅପରେସନ ସିନ୍ଦୁରକୁ ନେଇ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଟ୍ରମ୍ପଙ୍କ ପାକିସ୍ତାନ ଗସ୍ତ ଭାରତର ଚିନ୍ତା ବଢାଇଦେଇଛି । ଜୁନ ୧୮ ତାରିଖରେ ପାକିସ୍ତାନ ଆର୍ମି ମୁଖ୍ୟ ଅସୀମ ମୁନୀର ୱାଶିଂଟନ ଗସ୍ତରେ ଯାଇ ଟ୍ରମ୍ପଙ୍କ ସହ ଭେଟିବା ସହ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ଏହା ପରେ ଟ୍ରମ୍ପଙ୍କ ପାକିସ୍ତାନ ଗସ୍ତ ନେଇ ରିପୋର୍ଟ ସାମ୍ନାକୁ ଆସିଛି ।