କନକ ବ୍ୟୁରୋ : ଟାରିଫ ପରେ ଟ୍ରମ୍ପଙ୍କ ଭିସା ବାଣ । 'H-1B' ଭିସା ନିୟମରେ ପରିବର୍ତ୍ତନ କଲା ଆମେରିକା । ଏଣିକି ଭିସା ପାଇଁ ଗଣିବାକୁ ପଡ଼ିବ ୮୮ ଲକ୍ଷ । H1-B ଭିସା ନିୟମ ବଦଳି ଯାଇଛି । ଡୋନାଲ୍ଡ ଟ୍ରମ୍ପ H1-B ଭିସା ପରିବର୍ତ୍ତିତ ନିୟମ ଉପରେ ଦସ୍ତଖତ କରିଛନ୍ତି । ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, H-1B ଭିସାର ନୂତନ ଆବେଦନ ପାଇଁ ୧୦ ହଜାର ଡଲାରର ଫିସ୍ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ମୁଦ୍ରାରେ କହିବାକୁ ଗଲେ, ନୂଆ ଆବେଦନ ପାଇଁ ଆମେରିକା ପ୍ରତିବର୍ଷ 88 ଲକ୍ଷ ଟଙ୍କା ଆଦାୟ କରିବ ।
ବର୍ତ୍ତମାନ ପ୍ରଶ୍ନ ହେଉଛି, ଆମେରିକାର ଏହି ନୂତନ ନିୟମ କାହା ପାଇଁ ? ଏହାର ଅଧିକ ପ୍ରଭାବ କାହା ଉପରେ ପଡ଼ିବ, କ’ଣ ଭାରତୀୟ ଇଞ୍ଜିନିୟରମାନଙ୍କୁ ମଧ୍ୟ ଝଟକା ଲାଗିବ? ଏହା ହଜାର ହଜାର କୁଶଳି ବିଦେଶୀ ଶ୍ରମିକଙ୍କୁ ପ୍ରଭାବିତ କରିବାର ଆଶା କରାଯାଉଛି, ଯେଉଁମାନେ ଆମେରିକାରେ H-1B ଭିସାଧାରୀଙ୍କ ସର୍ବବୃହତ ଅଂଶ । ଏହାର ସବୁଠାରୁ ଖରାପ ପ୍ରଭାବ ଭାରତୀୟ ବୃତ୍ତିଗତମାନଙ୍କ ଉପରେ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/20/h1b-visa-2025-09-20-09-47-32.jpg)