କନକ ବ୍ୟୁରୋ : ମାନ୍ଦାବସ୍ତା ଦେଇ ଗତି କରୁଛି ଦୁନିଆର ପ୍ରସିଦ୍ଧ ଟେକ୍ ଏବଂ ଇ-କମର୍ସ କମ୍ପାନି ‘Amazon’ । ଗୋଟିଏ ପଟେ ଯେଉଁଠି କମ୍ପାନି ହଜାର ହଜାର କର୍ମଚାରୀଙ୍କ ଛଟେଇ କରୁଛି ଅନ୍ୟପଟେ ୨୦୨୫ ରିଟେଲ୍ ବ୍ୟବସାୟରେ ମଧ୍ୟ ନୂଆ ନିଯୁକ୍ତି ପାଇଁ ନୋ ସିଗନାଲ୍ ଦେଖାଇ ଦେଇଛି କମ୍ପାନି । କର୍ମଚାରୀଙ୍କୁ ଛଟେଇ ଏବଂ ଲାଭ କରିବା ପାଇଁ ରଣନୀତି ଜରିଆରେ Amazon ଏବେ ପ୍ରତିଟି ଖର୍ଚ୍ଚ ଉପରେ ନଜର ରଖିଛି । ଯାହାର ସିଧାସଳଖ ପ୍ରଭାବ ନିଯୁକ୍ତି ଉପରେ ପଡ଼ିଛି । କମ୍ପାନିର ରିଟେଲ୍ ମୁଖ୍ୟ ଡଗ୍ ହେରିଂଟନଙ୍କ କହିବା ମୁତାବକ ଆସନ୍ତାବର୍ଷ ରିଟେଲ୍ ଡିଭିଜନରେ କୌଣସି ନୂଆ ନିଯୁକ୍ତି କିମ୍ବା ଚାକିରିର ବିଜ୍ଞାପନ ବାହାରିବ ନାହିଁ । 

Advertisment
Amazon
Amazon Photograph: (google)

ରିପୋର୍ଟ ମୁତାବକ , Amazon ଏଭଳି ବଡ଼ ପଦକ୍ଷେପ ନେବାର କାରଣ ରିଟେଲ୍ ବ୍ୟବସାୟର ମଡେଲ୍ ଏବଂ କମ୍ପାନିର ପ୍ରାଥମିକତାରେ ପରିବର୍ତ୍ତନ । ହେରିଂଟନ କହିଛନ୍ତି ଯେ କମ୍ପାନି ଏବେ ଅଧିକ ଅନୁଭବୀ ଏବଂ ଗ୍ରାହକ ଆବଶ୍ୟକତାକୁ ପ୍ରାଥମିକତା ଦେଉଛି ; ଯେଉଁଥିପାଇଁ ନବ ନିଯୁକ୍ତି ଉପରେ କମ୍ପାନି ପ୍ରତିବନ୍ଧକ ଲଗାଇଛି । ତେବେ Amazon ପୂର୍ବରୁ ମଧ୍ୟ ଅନେକ ବଡ଼ ବଡ଼ ଟେକ୍ କମ୍ପାନି ଯେପରିକି Google, Meta ଏବଂ Microsoft ମଧ୍ୟ ଗତବର୍ଷ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ Amazon ଏଭଳି ନିଷ୍ପତ୍ତି ଲମ୍ବା ସମୟ ଧରି ଚାଲିବ । ଏଥିରେ କମ୍ପାନିର ଅପରେସନାଲ୍ ଏଫିସିଏନ୍ସି ବଢ଼ିବାରେ ସାହାଯ୍ୟ ମିଳିବ । ତେବେ ଭାରତ ଉପରେ ଏହାର କିଭଳି ପ୍ରଭାବ ପଡ଼ିବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । Amazon ଭଳି ବଡ଼ କମ୍ପାନି କର୍ମଚାରୀଙ୍କୁ ଛଟେଇ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ରୋକିବା ଏହି ସଂକେତକୁ ଦର୍ଶାଉଛି ଯେ ଖର୍ଚ୍ଚକୁ ସୀମିତ କରିବା ଏବଂ Smart Growth ରଣନୀତିକୁ ଆପଣାଇ ଖର୍ଚ୍ଚକୁ କମାଇବାକୁ ଚାହୁଛନ୍ତି କମ୍ପାନି । ତେବେ ଆଗାମୀ ସମୟରେ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ରୋଜଗାର ଉପରେ ପଡ଼ିବ ସେଥିରେ କୌଣସି ସନ୍ଦେହ ନାହିଁ । ଖାସ୍ କରି ଟେକ୍ ଏବଂ ରିଟେଲ୍ ସେକ୍ଟରରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ ।