କନକ ବ୍ୟୁରୋ : ଭୂସ୍ଖଳନରେ ଭାସିଗଲେ ଅମରନାଥ ଯାତ୍ରୀ । ଜଣଙ୍କ ମୃତ୍ୟୁ, ୩ ଆହତ । ଲଗାତାର ୩୬ ଘଣ୍ଟା ଧରି ବର୍ଷା ଯୋଗୁ ଜମ୍ମୁ କାଶ୍ମୀରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଆଗାମୀ ଦୁଇ ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ କରିଛି । ଆଜି ପାଇଁ ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଛି । ଅମରନାଥ ଯାତ୍ରାରେ ହଜାର ହଜାର ଯାତ୍ରୀ ଯାଉଥିବା ବେଳେ ଭୂସ୍ଖଳନ ହେବାରୁ ଯାତ୍ରୀମାନେ ଭାସିଯାଉଥିବାର ଭିଡିଓ ସାମ୍ନାକୁ ଆସିଛି ।
ତେବେ ଚଳିତ ବର୍ଷ ଅମରନାଥ ଯାତ୍ରାରେ ମୋଟ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଏପର୍ଯ୍ୟନ୍ତ ୨ ଲକ୍ଷ ୪୭ ହଜାର ଯାତ୍ରୀ ଯାତ୍ରା କଲେଣି । କାଉଡ଼ିଆ ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ତରାଖଣ୍ଡରେ ୭ ହଜାରରୁ ଅଧିକ ପୁଲିସ ଓ ଉତ୍ତର ପ୍ରଦେଶରେ ୪୫ ହଜାର ପୁଲିସ କର୍ମୀ ନିୟୋଜିତ ଅଛନ୍ତି । ହରିଦ୍ୱାର, ଗଙ୍ଗୋତ୍ରୀ ଓ ଗୌମୁଖ ଆଦି ମୁଖ୍ୟ ମାର୍ଗରେ ୨୯ ହଜାର ୪୫୪ ସିସିଟିଭି କ୍ୟାମେରା ଓ ୪୦୦ରୁ ଅଧିକ ଡ୍ରୋନ ସହ ରିଅଲ-ଟାଇମ ନିରୀକ୍ଷଣ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/17/amarnath-pilgrims-2025-07-17-21-42-12.jpg)