କନକ ବ୍ୟୁରୋ: ଚଳିତ ବର୍ଷ କମାଲ କଲା କୋଟା ସ୍ଥିତ ଆଲେନ୍ ଇନଷ୍ଟିଚ୍ୟୁଟ୍ । ଦେଶର ଏହି ପ୍ରତିଷ୍ଠିତ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଶିକ୍ଷାନୁଷ୍ଠାନର ଛାତ୍ର ରଜିତ ଗୁପ୍ତା ଜେଇଇ ଆଡଭାନ୍ସଡ୍ ୨୦୨୫ରେ ଦେଶର ଟପ୍ପର ହୋଇଛନ୍ତି । ରଜିତ କେବଳ ଆଲେନ୍ ନୁହେଁ କୋଟା ସହରକୁ ମଧ୍ୟ ଗର୍ବିତ କରିଛନ୍ତି ।
‘ଆଲେନ୍’ର ଅନ୍ୟ ସଫଳ ଛାତ୍ର ହେଉଛନ୍ତି
ସକ୍ଷମ ଜିନ୍ଦଲ୍ – AIR 2
ଅକ୍ଷତ ଚୌରାସିଆ – AIR 6
ଦେବେଶ୍ ପି. ଭୈୟା – AIR 8
କୋଟା ନିବାସୀ ରଜିତ ଗୁପ୍ତା ପୂର୍ବରୁ ଜେଇଇ ମେନ୍ ୨୦୨୫ରେ 'AIR-16' ଅର୍ଜନ କରିବା ସହ ଶତ ପ୍ରତିଶତ ମାର୍କ ରଖିଥିଲେ । ଏନେଇ ସେ କହିଛନ୍ତି, “ମୁଁ କେବେ କଠିନ ପରିଶ୍ରମ କରିନଥିଲି, ଯେତେବେଳେ ମନ ଲାଗୁଥିଲା ସେତେବେଳେ ହିଁ ପଢ଼ୁଥିଲି । ଆଉ ଗୁଣାତ୍ମକ ଶିକ୍ଷାକୁ ଅଧିକ ଫୋକସ୍ କରୁଥିଲି । ଆଲେନ୍ର ମେଣ୍ଟର୍ସିପ୍ ଓ ପାଠ୍ୟସାମଗ୍ରୀ ମୋତେ ଆଗକୁ ବଢ଼ିବାରେ ସାହାଯ୍ୟ କରିଛି ।”
ଅଲ୍ ଇଣ୍ଡିଆ AIR-2 ଅର୍ଜନ କରିଥିବା ହରିୟାଣା ହିସାରର ସକ୍ଷମ ଜିନ୍ଦଲ୍ କହିଛନ୍ତି; “କୋଟା ଆଲେନ୍ର ଶୈକ୍ଷିକ ପରିବେଶ, ସାପ୍ତାହିକ ପରୀକ୍ଷା ମୋତେ ଏକ ସଠିକ୍ ଦିଗ ଦେଖାଇଥିଲା । ତେବେ ଚଳିତ ଜେଇଇ ଆଡଭାନ୍ସଡ୍ ଫଳାଫଳ ତାଲିକାରେ ଟପ୍-୧୦ ମଧ୍ୟରେ ‘କୋଟା ଆଲେନ୍’ର ୪ ଜଣ ଛାତ୍ର ରହିବା ଫଳରେ, ଆଲେନ୍ ପୁଣିଥରେ ପ୍ରମାଣ କରିଛି ଯେ ସେ ଆଇଆଇଟି-ଜେଇଇ ପ୍ରସ୍ତୁତିର ଅଦ୍ୱିତୀୟ ଶିକ୍ଷାନୁଷ୍ଠାନ ।