ନୂଆଦିଲ୍ଲୀରେ ଏଆଇ ମହାକୁମ୍ଭ ଉଦଯାପିତ, ପ୍ରସ୍ତୁତ ହେଲା ରୋଡମ୍ୟାପ୍

Advertisment

ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହିତ ଏଆଇ କ୍ଷେତ୍ରରେ ନିବେଶ, ଗବେଷଣା ଓ ଏହାକୁ ଆହୁରି ରୁଦ୍ଧମନ୍ତ କରିବା ଉପରେ ଆଲୋଚନା କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା ।

ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହିତ ଏଆଇ କ୍ଷେତ୍ରରେ ନିବେଶ, ଗବେଷଣା ଓ ଏହାକୁ ଆହୁରି ରୁଦ୍ଧମନ୍ତ କରିବା ଉପରେ ଆଲୋଚନା କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା ।

28

AI SUMMIT Photograph: (KANAK NEWS)

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆୟୋଜିତ ଏଆଇ ସମ୍ମିଳନୀ ଶେଷ ହୋଇଛି । ବିଶ୍ବରେ ଏଆଇ ଗଭର୍ଣ୍ଣାନ୍ସ ଓ ଭାଗୀଦାରି ନେଇ ଘୋଷଣା କରାଯାଇଛି ରୋଡମ୍ୟାପ୍ । ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ବୈଷୟିକ ବିଶେଷଜ୍ଞ ଓ ନେତା ଯୋଗଦେଇ ସବୁ କ୍ଷେତ୍ରରେ ଏଆଇର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଏଆଇ ମହାକୁମ୍ଭ ଉଦଯାପିତ
ମିଳିତ ଘୋଷଣାନାମା ଜାରି 

ବିଶ୍ବରେ ସବୁକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲେକଚୁଆଲ- ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ନେଇ ୫ ଦିନ ଧରି କରାଯାଇଥିଲା ମାନସମନ୍ଥନ । ଏଆଇ ବ୍ୟବହାର ଦ୍ବାରା ବିକାଶକୁ ଦ୍ରୁତଗତିରେ ଆଗକୁ ନେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ  ଦେଶର ବୈଷୟିକ ବିଶେଷଜ୍ଞ ଓ ନେତା ଯୋଗଦେଇ ଆଲୋଚନା କରିଛନ୍ତି । ବିଶ୍ବରେ ଏଆଇ ବ୍ୟବହାରରେ ଭାରତ- ଆମେରିକା ସହଭାଗିତାକୁ ଗୁଗଲ ସିଇଓ ସୁନ୍ଦର ପିଚାଇ ପ୍ରଶଂସା କରିଥିଲେ । ଏକ୍ଷେତ୍ରରେ ଗୁଗଲ୍ ଏକ ସମ୍ପର୍କର ସେତୁ ହେବ ବୋଲି କହିଥିଲେ ସୁନ୍ଦର ପିଚାଇ ।

ଏଆଇ ସମ୍ମିଳନୀ ଅବସରରେ ଭାରତର ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହିତ ଏଆଇ କ୍ଷେତ୍ରରେ ନିବେଶ, ଗବେଷଣା ଓ ଏହାକୁ ଆହୁରି ରୁଦ୍ଧମନ୍ତ କରିବା ଉପରେ ଆଲୋଚନା କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀକୁ ସମ୍ବୋଧନ କରିବା ସହ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିଥିଲେ ।  ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ୫ ଦିନିଆ ଏଆଇ ସମ୍ମିଳନୀ ।  ଏଆଇ ବ୍ୟବହାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀର ଯଥେଷ୍ଟ ଗୁରୁତ୍ବ ରହିଛି ।  ଏଆଇ ଉପରେ ଏହି ସମ୍ମିଳନୀ ବିଶ୍ବକୁ ନୂଆ ମାର୍ଗଦର୍ଶନ କରାଇବ । ଏଆଇ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଆଲୋଚନା ପାଇଁ  ନୀତି ନିର୍ଦ୍ଧାରକ, ଶିଳ୍ପନେତା ଓ ବିଶେଷଜ୍ଞଙ୍କ ଲାଗି ଏହି ସମ୍ମିଳନୀ ଏକ ବଡ଼ ପ୍ଲାଟ୍ ଫର୍ମ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe