କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆୟୋଜିତ ଏଆଇ ସମ୍ମିଳନୀ ଶେଷ ହୋଇଛି । ବିଶ୍ବରେ ଏଆଇ ଗଭର୍ଣ୍ଣାନ୍ସ ଓ ଭାଗୀଦାରି ନେଇ ଘୋଷଣା କରାଯାଇଛି ରୋଡମ୍ୟାପ୍ । ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ବୈଷୟିକ ବିଶେଷଜ୍ଞ ଓ ନେତା ଯୋଗଦେଇ ସବୁ କ୍ଷେତ୍ରରେ ଏଆଇର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି ।
ଏଆଇ ମହାକୁମ୍ଭ ଉଦଯାପିତ
ମିଳିତ ଘୋଷଣାନାମା ଜାରି
ବିଶ୍ବରେ ସବୁକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲେକଚୁଆଲ- ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ନେଇ ୫ ଦିନ ଧରି କରାଯାଇଥିଲା ମାନସମନ୍ଥନ । ଏଆଇ ବ୍ୟବହାର ଦ୍ବାରା ବିକାଶକୁ ଦ୍ରୁତଗତିରେ ଆଗକୁ ନେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ଦେଶର ବୈଷୟିକ ବିଶେଷଜ୍ଞ ଓ ନେତା ଯୋଗଦେଇ ଆଲୋଚନା କରିଛନ୍ତି । ବିଶ୍ବରେ ଏଆଇ ବ୍ୟବହାରରେ ଭାରତ- ଆମେରିକା ସହଭାଗିତାକୁ ଗୁଗଲ ସିଇଓ ସୁନ୍ଦର ପିଚାଇ ପ୍ରଶଂସା କରିଥିଲେ । ଏକ୍ଷେତ୍ରରେ ଗୁଗଲ୍ ଏକ ସମ୍ପର୍କର ସେତୁ ହେବ ବୋଲି କହିଥିଲେ ସୁନ୍ଦର ପିଚାଇ ।
ଏଆଇ ସମ୍ମିଳନୀ ଅବସରରେ ଭାରତର ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କ ସହିତ ଏଆଇ କ୍ଷେତ୍ରରେ ନିବେଶ, ଗବେଷଣା ଓ ଏହାକୁ ଆହୁରି ରୁଦ୍ଧମନ୍ତ କରିବା ଉପରେ ଆଲୋଚନା କରିଥିଲେ । ଶିକ୍ଷା, ସ୍ବାସ୍ଥ୍ୟ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର ନେଇ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀକୁ ସମ୍ବୋଧନ କରିବା ସହ ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିଥିଲେ । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ୫ ଦିନିଆ ଏଆଇ ସମ୍ମିଳନୀ । ଏଆଇ ବ୍ୟବହାର, ପ୍ରସାର ଓ ବିକାଶ କ୍ଷେତ୍ରରେ ଏହି ସମ୍ମିଳନୀର ଯଥେଷ୍ଟ ଗୁରୁତ୍ବ ରହିଛି । ଏଆଇ ଉପରେ ଏହି ସମ୍ମିଳନୀ ବିଶ୍ବକୁ ନୂଆ ମାର୍ଗଦର୍ଶନ କରାଇବ । ଏଆଇ ଓ ପ୍ରଯୁକ୍ତିବିଦ୍ୟାର ବିକାଶ ଉପରେ ଆଲୋଚନା ପାଇଁ ନୀତି ନିର୍ଦ୍ଧାରକ, ଶିଳ୍ପନେତା ଓ ବିଶେଷଜ୍ଞଙ୍କ ଲାଗି ଏହି ସମ୍ମିଳନୀ ଏକ ବଡ଼ ପ୍ଲାଟ୍ ଫର୍ମ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/20/28-2026-02-20-20-47-18.jpg)