କନକ ବ୍ୟୁରୋ: ଇଶ୍ୱର ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେଲେ ଅଭିନେତା ଗୋବିନ୍ଦା । ସୁସ୍ଥ ଥିବା ନେଇ ଦେଲେ ସୂଚନା । ନିଜ ବନ୍ଧୁକ ସଫା କରୁଥିବା ବେଳେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଲାଗିଛି ଗୁଳି। ଆଜି ସକାଳୁ ନିଜ ଘରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ସଫା କରୁଥିଲେ ଗୋବିନ୍ଦା। ହେଲେ ଏହି ସମୟରେ ଭୁଲବଶତଃ ଗୁଳି ଫୁଟି ଆହତ ହୋଇଛନ୍ତି ଗୋବିନ୍ଦା। ତୁରନ୍ତ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସେ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us