ପ୍ରାଣ ନେଉଛି ପାଠ ଚାପ; ଡାକ୍ତର ହେବାକୁ ଇଚ୍ଛା ନଥିବା ଲେଖି ଘରେ ଝୁଲି ପଡିଲେ ଛାତ୍ର

ମୃତକ ଛାତ୍ର ହେଲେ ଅନୁରାଗ ଅନିଲ ବୋରକର । ଗୋରଖପୁର କଲେଜରେ ଆଡମିଶନ ପାଇଁ ଯିବା ପୂର୍ବଦିନ ଘର ଭିତରେ ଝୁଲିପଡିଛନ୍ତି । ସୁଇସାଇଡ ନୋଟରେ ସେ କହିଛନ୍ତି ସେ ଡାକ୍ତର ହେବାକୁ ଚାହୁଁନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଲେଖିଛନ୍ତି ।

Anurag Borakar

Photograph: (Kanak News)

କନକ ବ୍ୟୁରୋ : ଚାପରେ କ୍ୟାରିୟର କରିବେ ନା ନିଜ ଇଚ୍ଛାରେ କରିବେ । ଏନେଇ ସବୁବେଳେ ତର୍କ ଚାଲିଥାଏ । ଏହି ଦ୍ୱନ୍ଦ୍ୱ ଭିତରେ ରହିଛି ଜଣେ ପୁଣି ଜଣେ ଛାତ୍ର ନିଜ ଜୀବନ ହାରିଛନ୍ତି । ନିଟରେ ୯୯.୯୯% ମାର୍କ ରଖିଥିଲେ । କିନ୍ତୁ ଆଡମିସନର ଠିକ ଦିନକ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଛାତ୍ର । ମୃତକ ଛାତ୍ର ହେଲେ ଅନୁରାଗ ଅନିଲ ବୋରକର । ଗୋରଖପୁର କଲେଜରେ ଆଡମିଶନ ପାଇଁ ଯିବା ପୂର୍ବଦିନ ଘର ଭିତରେ ଝୁଲିପଡିଛନ୍ତି । ସୁଇସାଇଡ ନୋଟରେ ସେ କହିଛନ୍ତି ସେ ଡାକ୍ତର ହେବାକୁ ଚାହୁଁନଥିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଲେଖିଛନ୍ତି । ତେବେ ପ୍ରକୃତ କାରଣ ଜାଣିବା ପାଇଁ ଏବେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe