କନକ ବ୍ୟୁରୋ : ଆଧାରକାର୍ଡ ଭାରି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ । ଆଧାର ବିନା କୌଣସି କାମ ହେବା କଷ୍ଟ । ହେଲେ ଏବେ ବି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆଧାରକାର୍ଡ କରିନାହାନ୍ତି । ଯେଉଁଥି ଲାଗି ସେମାନେ ଅନେକ ଅସୁବିଧାର ସାମ୍ନା କରନ୍ତି । ଜନସେବା କେନ୍ଦ୍ରରେ ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡ଼ା ହେବା ପରେ ବି ଆଧାର କାର୍ଡ ହୋଇପାରୁନି । ହେଲେ ଏବେ ଆଦୌ ଚିନ୍ତା କରନ୍ତୁ ନାହିଁ । କାରଣ ଏଣିକି ଘରେ ବସି ମାତ୍ର ୫୦ ଟଙ୍କା ଖର୍ଚ୍ଚ କରି ନିଅନ୍ତୁ ଆଧାର କାର୍ଡ ।
ଅତି ଜରୁରୀ ଆଧାରକାର୍ଡ । ଯେହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଡ ତେଣୁ କାଗଜରେ ପ୍ରିଣ୍ଟ ଆଉଟ୍ ବାହାର କରିବା ପରେ ସମସ୍ତେ ଲାମିନେସନ୍ କରନ୍ତି । ହେଲେ ଏବେ ଆଉ ସେ ଟେନ୍ସନ୍ ରହିବ ନାହିଁ । କାରଣ ୫୦ ଟଙ୍କା ଖର୍ଚ୍ଚରେ ଯେଉଁ ଆଧାରକାର୍ଡ ମିଳିବ ତାହା ଏଟିଏମ୍ କାର୍ଡ ପରି ରହିବ । ତେଣୁ ପାଣିରେ ପଡ଼ିଲେ ବି କିଛି ଖରାପ ହେବ ନାହିଁ ।
ପିଭିସି ଆଧାର କାର୍ଡକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ କୌଣସି ପରିସ୍ଥିତିରେ ଏହା ଓଦା ହେବାର ନାହିଁ କି ଭାଙ୍ଗିବାର ସମ୍ଭାବନା ବି ନାହିଁ । ତେଣୁ ଅତି ସହଜରେ ଏହାକୁ ଆପଣ ନିଜ ପାଖରେ ରଖିପାରିବେ । ଘରେ ବସି ପିଭିସି ଆଧାରକାର୍ଡ ପାଇଁ ଆପଣ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ କେଉଁଠିକୁ ଯିବାକୁ ବି ପଡ଼ିବ ନାହିଁ । ଅନଲାଇନ୍ରେ ଆବେଦନ କରିବାର କିଛିଦିନ ପରେ ଘରେ ପହଞ୍ଚିଯିବ ଆଧାରକାର୍ଡ । ଯଦି ଆପଣ ଅନଲାଇନ୍ରେ ଏହି ଆଧାରକାର୍ଡ ପାଇଁ ଆବେଦନ କରୁଛନ୍ତି ତେବେ ଜିଏସ୍ଟି ସହ ମାତ୍ର ୫୦ ଟଙ୍କା ଦେବାକୁ ପଡ଼ିବ ।
ଆମେ ସମସ୍ତେ ଏଟିଏମ୍ କାର୍ଡ ବ୍ୟବହାର କରନ୍ତି । ତେଣୁ ତାହା କେତେ ମଜଭୁତ ଆପଣ ଜାଣନ୍ତି । ଠିକ୍ ସେହିପରି ଭାବରେ ପିଭିସି ଆଧାର କାର୍ଡ ବି ମଜଭୁତ । ୟୁଆଇଡିଏଆଇ ଏହାକୁ ସ୍ୱୀକୃତି ମଧ୍ୟ ଦେଇଛି । ସୂଚନା ଅନୁସାରେ, ୟୁଆଇଡିଏଆଇ ଡଟ୍ ଜିଓଭି ଡଟ୍ ଇନ୍ରେ କ୍ଲିକ୍ କରନ୍ତୁ । ଉଭୟ ଫୋନ୍ ଓ କମ୍ପ୍ୟୁଟରରେ ଏହି ୱେବସାଇଟ୍କୁ ଆପଣ ଭିଜିଟ୍ କରିପାରିବେ । ପରେ ପରେ ମାଇଁ ଆଧାର ସେକ୍ସନକୁ ଯିବାକୁ ପଡ଼ିବ । ପରେ ପିଭିସି ଆଧାର କାର୍ଡ ଉପରେ କ୍ଲିକ୍ କରିବାକୁ ପଡ଼ିବ । ପରେ ୧୨ ଟିକିଆ ନମ୍ବର ଦେବାକୁ ପଡ଼ିବ । ନମ୍ବର ଦେବା ପରେ ଓଟିପି ଉପରେ କ୍ଲିକ୍ କରନ୍ତୁ । ଯଦି ମୋବାଇଲ୍ ନମ୍ବର ରେଜିଷ୍ଟ୍ରେସନ ହୋଇଥିବ ତାହେଲେ ନମ୍ବର ଦେବେ ଯଦି ହୋଇନଥିବ ତେବେ ମୋବାଇଲ୍ ନମ୍ବର ନଟ୍ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆପ୍ଲାଏ କରିବା ସମୟରେ ଆସିବାକୁ ଥିବା ଆଧାର କାର୍ଡ କେମିତି ରହିବ ତାହା ବି ଦେଖିପାରିବେ । ତେଣୁ ଯଦି ପିଭିସି ଆଧାରକାର୍ଡ କରିବାକୁ ଇଚ୍ଛା ରଖିଛନ୍ତି ତେବେ ତୁରନ୍ତୁ ଆବେଦନ କରନ୍ତୁ ।