ବିଶ୍ବରେ ଗଣତନ୍ତ୍ରର ସ୍ଥିତି ନେଇ ଆସିଲା ଚିନ୍ତାଜନକ ସର୍ଭେ ରିପୋର୍ଟ : ଭାରତରେ କେତେ ଲୋକ ସନ୍ତୁଷ୍ଟ, କେତେ ଅସନ୍ତୁଷ୍ଟ ଜାଣନ୍ତୁ...

Advertisment

ଅଧ୍ୟୟନରେ ଦେଖାଯାଇଛି ଅନେକ ଦେଶରେ ୫୦%ରୁ ଅଧିକ ଲୋକ ବିଶ୍ୱାସ କରନ୍ତି, ସେମାନଙ୍କ ଦେଶରେଲୋକତନ୍ତ୍ର ଭଲ ଭାବେ କାର୍ଯ୍ୟ କରୁନାହିଁ । ଉଦାହରଣ ସ୍ୱରୂପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ମେକ୍ସିକୋ ପରି ଦେଶମାନଙ୍କରେ ଅସନ୍ତୋଷର ମାତ୍ରା ଅଧିକ ।

ଅଧ୍ୟୟନରେ ଦେଖାଯାଇଛି ଅନେକ ଦେଶରେ ୫୦%ରୁ ଅଧିକ ଲୋକ ବିଶ୍ୱାସ କରନ୍ତି, ସେମାନଙ୍କ ଦେଶରେଲୋକତନ୍ତ୍ର ଭଲ ଭାବେ କାର୍ଯ୍ୟ କରୁନାହିଁ । ଉଦାହରଣ ସ୍ୱରୂପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ମେକ୍ସିକୋ ପରି ଦେଶମାନଙ୍କରେ ଅସନ୍ତୋଷର ମାତ୍ରା ଅଧିକ ।

Bdjfjkm

Photograph: (kanaknews)

କନକ ବ୍ୟୁରୋ : ବିଶ୍ବର ୨୪ଟି ଦେଶ ଉପରେ କରାଯାଇଥିବା ଅଧ୍ୟୟନ ଉପରେ ଦେଶରେ ଗଣତନ୍ତ୍ରକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଅନେକ ଦେଶରେ ନାଗରିକମାନେ ସେମାନଙ୍କ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସନ୍ତୁଷ୍ଟ ନାହାନ୍ତି । ଏହି ଅଧ୍ୟୟନରେ ୨୪ଟି ଦେଶର ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଅନେକ ଦେଶରେ ଲୋକମାନେ ସରକାରୀ ନୀତି, ନିର୍ବାଚନୀ ପ୍ରକ୍ରିୟା ଓ ରାଜନୈତିକ ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଧ୍ୟୟନରେ ଦେଖାଯାଇଛି ଅନେକ ଦେଶରେ ୫୦%ରୁ ଅଧିକ ଲୋକ ବିଶ୍ୱାସ କରନ୍ତି, ସେମାନଙ୍କ ଦେଶରେଲୋକତନ୍ତ୍ର ଭଲ ଭାବେ କାର୍ଯ୍ୟ କରୁନାହିଁ । ଉଦାହରଣ ସ୍ୱରୂପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ମେକ୍ସିକୋ ପରି ଦେଶମାନଙ୍କରେ ଅସନ୍ତୋଷର ମାତ୍ରା ଅଧିକ । ଅନ୍ୟପକ୍ଷରେ, ସ୍ୱିଡେନ ଓ ନେଦରଲ୍ୟାଣ୍ଡସ୍ ପରି ଦେଶରେ ଲୋକମାନେ ଲୋକତନ୍ତ୍ର ପ୍ରତି ତୁଳନାତ୍ମକ ଭାବେ ଅଧିକ ସନ୍ତୁଷ୍ଟ । ଅସନ୍ତୋଷର ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ ଧ୍ରୁବୀକରଣ, ଅର୍ଥନୈତିକ ଅସମାନତା ଓ ସରକାରୀ ଅପାରଦର୍ଶିତା ଅନ୍ତର୍ଭୁକ୍ତ । ଏହି ଅଧ୍ୟୟନ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ମନୋଭାବ ମିଶ୍ରିତ ରହିଛି । କେଉଁ ଦେଶରେ ଗ୍ରାଫ କଣ କହୁଛି ଓ କେତେ ପ୍ରତିଶତ ଲୋକ ନିଜ ଦେଶର ସରକାରଙ୍କ ଉପରେ ଖୁସି ଅଛନ୍ତି ବା ଅସନ୍ତୁଷ୍ଟ ଅଛନ୍ତି ତଥ୍ୟ ଉପରେ ନଜର ପକାନ୍ତୁ । 

ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ନାପସନ୍ଦ!
କାନାଡା  --  ୩୯% ଅସ୍ତନୁଷ୍ଟ  - ୬୦% –ସନ୍ତୁଷ୍ଟ
ଆମେରିକା -୬୨% ଅସନ୍ତୁଷ୍ଟ  - ୩୭% ସନ୍ତୁଷ୍ଟ
ସ୍ବିଡେନ୍ – ୨୫% ଅସ୍ତନୁଷ୍ଟ  – ୭୫% ସନ୍ତୁଷ୍ଟ
ଜର୍ମାନୀ -୩୯%ଅସନ୍ତୁଷ୍ଟ  – ୬୧% ସନ୍ତୁଷ୍ଟ
ୟୁକେ-୫୧%ଅସନ୍ତୁଷ୍ଟ  - ୪୮% ସନ୍ତୁଷ୍ଟ
ପୋଲାଣ୍ଡ – ୫୪% ଅସନ୍ତୁଷ୍ଟ  – ୪୩%ସନ୍ତୁଷ୍ଟ
ଭାରତ – ୨୩%ଅସନ୍ତୁଷ୍ଟ  -୭୪% ସନ୍ତୁଷ୍ଟ
ଦକ୍ଷିଣ କୋରିଆ – ୭୧%ଅସନ୍ତୁଷ୍ଟ  -୨୮% ସନ୍ତୁଷ୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe