କନକ ବ୍ୟୁରୋ : ବିଶ୍ବର ୨୪ଟି ଦେଶ ଉପରେ କରାଯାଇଥିବା ଅଧ୍ୟୟନ ଉପରେ ଦେଶରେ ଗଣତନ୍ତ୍ରକୁ ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଅନେକ ଦେଶରେ ନାଗରିକମାନେ ସେମାନଙ୍କ ଗାଣତାନ୍ତ୍ରିକ ବ୍ୟବସ୍ଥାରେ ସନ୍ତୁଷ୍ଟ ନାହାନ୍ତି । ଏହି ଅଧ୍ୟୟନରେ ୨୪ଟି ଦେଶର ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁଯାୟୀ, ଅନେକ ଦେଶରେ ଲୋକମାନେ ସରକାରୀ ନୀତି, ନିର୍ବାଚନୀ ପ୍ରକ୍ରିୟା ଓ ରାଜନୈତିକ ନେତୃତ୍ୱ ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଅଧ୍ୟୟନରେ ଦେଖାଯାଇଛି ଅନେକ ଦେଶରେ ୫୦%ରୁ ଅଧିକ ଲୋକ ବିଶ୍ୱାସ କରନ୍ତି, ସେମାନଙ୍କ ଦେଶରେଲୋକତନ୍ତ୍ର ଭଲ ଭାବେ କାର୍ଯ୍ୟ କରୁନାହିଁ । ଉଦାହରଣ ସ୍ୱରୂପ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ମେକ୍ସିକୋ ପରି ଦେଶମାନଙ୍କରେ ଅସନ୍ତୋଷର ମାତ୍ରା ଅଧିକ । ଅନ୍ୟପକ୍ଷରେ, ସ୍ୱିଡେନ ଓ ନେଦରଲ୍ୟାଣ୍ଡସ୍ ପରି ଦେଶରେ ଲୋକମାନେ ଲୋକତନ୍ତ୍ର ପ୍ରତି ତୁଳନାତ୍ମକ ଭାବେ ଅଧିକ ସନ୍ତୁଷ୍ଟ । ଅସନ୍ତୋଷର ମୁଖ୍ୟ କାରଣ ମଧ୍ୟରେ ରାଜନୈତିକ ଧ୍ରୁବୀକରଣ, ଅର୍ଥନୈତିକ ଅସମାନତା ଓ ସରକାରୀ ଅପାରଦର୍ଶିତା ଅନ୍ତର୍ଭୁକ୍ତ । ଏହି ଅଧ୍ୟୟନ ଭାରତ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଗଣତନ୍ତ୍ର ପ୍ରତି ଜନସାଧାରଣଙ୍କ ମନୋଭାବ ମିଶ୍ରିତ ରହିଛି । କେଉଁ ଦେଶରେ ଗ୍ରାଫ କଣ କହୁଛି ଓ କେତେ ପ୍ରତିଶତ ଲୋକ ନିଜ ଦେଶର ସରକାରଙ୍କ ଉପରେ ଖୁସି ଅଛନ୍ତି ବା ଅସନ୍ତୁଷ୍ଟ ଅଛନ୍ତି ତଥ୍ୟ ଉପରେ ନଜର ପକାନ୍ତୁ ।
ଗାଣତାନ୍ତ୍ରିକ ବ୍ୟବସ୍ଥାକୁ ନାପସନ୍ଦ!
କାନାଡା -- ୩୯% ଅସ୍ତନୁଷ୍ଟ - ୬୦% –ସନ୍ତୁଷ୍ଟ
ଆମେରିକା -୬୨% ଅସନ୍ତୁଷ୍ଟ - ୩୭% ସନ୍ତୁଷ୍ଟ
ସ୍ବିଡେନ୍ – ୨୫% ଅସ୍ତନୁଷ୍ଟ – ୭୫% ସନ୍ତୁଷ୍ଟ
ଜର୍ମାନୀ -୩୯%ଅସନ୍ତୁଷ୍ଟ – ୬୧% ସନ୍ତୁଷ୍ଟ
ୟୁକେ-୫୧%ଅସନ୍ତୁଷ୍ଟ - ୪୮% ସନ୍ତୁଷ୍ଟ
ପୋଲାଣ୍ଡ – ୫୪% ଅସନ୍ତୁଷ୍ଟ – ୪୩%ସନ୍ତୁଷ୍ଟ
ଭାରତ – ୨୩%ଅସନ୍ତୁଷ୍ଟ -୭୪% ସନ୍ତୁଷ୍ଟ
ଦକ୍ଷିଣ କୋରିଆ – ୭୧%ଅସନ୍ତୁଷ୍ଟ -୨୮% ସନ୍ତୁଷ୍ଟ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/07/07/bdjfjkm-2025-07-07-15-01-47.jpg)