କୋଲକାତାର ହୋଟେଲରେ ଲାଗିଲା ନିଆଁ; ଜଳିଗଲେ ୩ ଓଡ଼ିଆ

Advertisment

ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଲକାତା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା ।

ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଲକାତା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା ।

fire breaks out

Photograph: (KANAK NEWS)

କନକ ବ୍ୟୁରୋ : କୋଲକାତାରେ ଜଳିଗଲେ ୩ ଓଡ଼ିଆ । ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଲକାତା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଏମାନେ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । କମ୍ପାନୀ କାମରେ କୋଲକାତା ଯାଇ ଏହି ହୋଟେଲରେ ରହୁଥିଲେ ।

ଗତକାଲି ହୋଟେଲରେ ହଠାତ୍‌ ନିଆଁ ଲାଗିଯିବା ଫଳରେ ହୋଟେଲରେ ଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ଓଡ଼ିଆ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ଜାଣିବା ପରେ ମୃତକଙ୍କ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe