କନକ ବ୍ୟୁରୋ : କୋଲକାତାରେ ଜଳିଗଲେ ୩ ଓଡ଼ିଆ । ଜଗତସିଂହପୁର ନନ୍ଦନ ଗାଁର ମନୋଜ ପାତ୍ର, ହରିପା ଗାଁର ଦୁଷ୍ମନ୍ତ କୁମାର ନାୟକ ଓ ଦୁଷ୍ମନ୍ତ କୁମାର ସ୍ୱାଇଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୋଲକାତା ଋତୁରାଜ ନାମକ ଏକ ଘରୋଇ ହୋଟେଲରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୩ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି । ଏମାନେ ଭୁବନେଶ୍ୱରରେ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ । କମ୍ପାନୀ କାମରେ କୋଲକାତା ଯାଇ ଏହି ହୋଟେଲରେ ରହୁଥିଲେ ।
ଗତକାଲି ହୋଟେଲରେ ହଠାତ୍ ନିଆଁ ଲାଗିଯିବା ଫଳରେ ହୋଟେଲରେ ଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରୁ ତିନିଜଣ ଓଡ଼ିଆ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ଜାଣିବା ପରେ ମୃତକଙ୍କ ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/30/a6QZn6IkjzXMfZWDWZ3a.jpg)