ରାଜ୍ୟସଭାରେ ବହୁମତ ହାସଲ କଲା NDA; ଏବେ ବି ଖାଲିପଡ଼ିଛି ୮ ଆସନ

Advertisment

ରାଜ୍ୟସଭାରେ ବହୁମତ ହାସଲ କଲା ଏନଡିଏ । ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ଜିତିଲେ ବିଜେପିର ୯ ସମେତ ୧୨ ପ୍ରାର୍ଥୀ । ୧୧୨ରେ ପହଞ୍ଚିଲା ମେଣ୍ଟ ସଦସ୍ୟଙ୍କ ସଂଖ୍ୟା । ୨୪୫ ରାଜ୍ୟସଭା ସଦସ୍ୟରୁ ଖାଲି ପଡ଼ିଛି ୮ ଆସନ ।

ରାଜ୍ୟସଭାରେ ବହୁମତ ହାସଲ କଲା ଏନଡିଏ । ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ଜିତିଲେ ବିଜେପିର ୯ ସମେତ ୧୨ ପ୍ରାର୍ଥୀ । ୧୧୨ରେ ପହଞ୍ଚିଲା ମେଣ୍ଟ ସଦସ୍ୟଙ୍କ ସଂଖ୍ୟା । ୨୪୫ ରାଜ୍ୟସଭା ସଦସ୍ୟରୁ ଖାଲି ପଡ଼ିଛି ୮ ଆସନ ।

NDA

କନକ ବ୍ୟୁରୋ : ରାଜ୍ୟସଭାରେ ଏନଡିଏକୁ ବହୁମତ। ୯ ରାଜ୍ୟର ୧୨ ଆସନରେ ହେବାକୁଥିବା ଉପନିର୍ବାଚନ ପୂର୍ବରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିରେ ଆସାମ, ବିହାର ଓ ମହାରାଷ୍ଟ୍ରର ଦୁଇଟି ଲେଖାଏଁ ଆସନ ଥିବା ବେଳେ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ରହିଛି।

ଏହି ୧୨ ଆସନ ମଧ୍ୟରୁ ବିଜେପିର ୯ଜଣ, କଂଗ୍ରେସର ଜଣେ, ଅଜିତ ପାୱାରଙ୍କ ଏନପିସିର ଜଣେ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ଜଣେ ଲେଖାଏଁ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ସଦସ୍ୟଙ୍କ କାର୍ୟ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିବ। ୧୨ ଆସନରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ପରେ ଏବେ ରାଜ୍ୟସଭାରେ ବିଜେପିର ସଂଖ୍ୟା ୯୬ରେ ପହଞ୍ଚିଛି।

ସେହିପରି ଏନଡିଏ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେବି ୮ଟି ଆସନ ଖାଲିପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe