କନକ ବ୍ୟୁରୋ : ରାଜସ୍ଥାନର ସିକରରେ ଘଟିଛି ଏକ ବଡ଼ ଦୁର୍ଘଟଣା । ବସଟି ନିୟନ୍ତ୍ରଣ ହରାଇ କର୍ଲଭର୍ଟରେ ପିଟି ହୋଇଯାଇଥିଲା । ଆଉ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ୧୨ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ୩୦ରୁ ଅଧିକ ଆହତ ଗୁରୁତର ଭାବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଗୁଡିକୁ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି ।

Advertisment

ଅପରାହ୍ନରେ ଘଟିଛି ଏହି ବଡ଼ ଦୁର୍ଘଟଣା । ବସଟି ସଲାସରରୁ ଲକ୍ଷ୍ମଣଗଡ଼ ଯାଉଥିଲା । ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଶୋକପ୍ରକାଶ କରିଛନ୍ତି । ସିକର ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ବସଟି ହଠାତ ନିୟନ୍ତ୍ରଣ ହରାଇଥିଲା ଏବଂ କଲଭର୍ଟରେ ମାଡ଼ ହୋଇଥିଲା । ତୁରନ୍ତ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଆହତ ମାନଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରିଥିଲେ ।