କନକ ବ୍ୟୁରୋ : ଲେବାନନରେ ବଡ଼ ଧରଣର ସିରିଜ ବିସ୍ଫୋରଣ। ବିସ୍ଫୋରଣରେ ହଜାରେରୁଅଧିକ ଲୋକ ଆହତ ସୂଚନା। ଯୋଗାଯୋଗ ପାଇଁ ବ୍ୟବହାର ହେଉଥିବା ଇଲେକ୍ଟ୍ରୋନିକ୍ ଗେଜେଟ୍ ପେଜରରେ ହୋଇଛିଏହି ବିସ୍ଫୋରଣ। ଏହି ବିସ୍ଫୋରଣରେ ହିଜବୁଲ୍ଲାର ଅନେକ ସ୍ୱାସ୍ଥ୍ୟକର୍ମୀ ସାମିଲ ଥିବା ସୂଚନା ମିଳିଛି ।
ଏହି ଭୟାବହ ଦୁର୍ଘଟଣାରେ ଇରାନର ରାଷ୍ଟ୍ରଦୂତ ମୋଜିତବା ଅମାନୀ ମଧ୍ୟ ଆହତ ହୋଇଛନ୍ତି । ଏହି ସିରିଜ୍ବିସ୍ଫୋରଣ ଦକ୍ଷିଣ ଲେବାନନ ଓ ରାଜଧାନୀ ବେରୁତ ସମେତ ଅନେକ ସ୍ଥାନରେ ହୋଇଛି । ଯାହା ହିଜବୁଲ୍ଲା ଇତିହାସରସବୁଠାରୁ ବଡ଼ ଗୁଇନ୍ଦା ତ୍ରୁଟି ବୋଲି କୁହାଯାଉଛି ।
ସ୍ଥାନୀୟ ସମୟ ଅପରାହ୍ଣ ୩ଟା ୪୫ରେ ଏହି ବିସ୍ପୋରଣହୋଇଛି । କୁହାଯାଉଛି,ଗୋଟିଏ ପରେ ଗୋଟିଏ ସହରରେ ଏହି ବିସ୍ପୋରଣ ହୋଇଛି ଏବଂ ଏକ ଘଣ୍ଟାଭିତରେ ସହରରେ ଦଳଚକଟା ଭଳି ସ୍ଥିତି ଉପୁଜିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/d91yZbJLnT7rHMK38Hm6.jpg)