କନକ ବ୍ୟୁରୋ : ଦୁର୍ଗାପୂଜା ଭସାଣିରେ ସାମ୍ପ୍ରଦାୟିକ ହିଂସା । ଉତ୍ତରପ୍ରଦେଶ ବହରାଇଚରେ ଦୁଇ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ସହ ଏକାଧିକ ଆହତ ସୂଚନା ମିଳିଛି । ପ୍ରଥମେ ବଚାସା ପରେ ସ୍ଥିତି ଅଣାଆୟତ ହେବା ସହ ଭୟଙ୍କର ହିଂସାର ରୂପ ନେଇଥିଲା ।
କେବଳ ସେତିକି ନୁହେଁ ଉପଦ୍ରବୀମାନେ ସ୍ଥାନୀୟ ଅଂଚଳରେ ପଥରମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇଥିବା ସୂଚନା ମଧ୍ୟ ମିଳିଛି । ହିଂସା ପ୍ରଭାବିତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୂରା ଅଂଚଳକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ତେବେ ହିଂସା ଘଟିବା ପଛର ପ୍ରକୃତ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/BdYoIqWtC8EuD1gH8HCR.jpg)