କନକ ବ୍ୟୁରୋ : ବିଜୁପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଆନୁକୁଲ୍ୟରେ ଇସ୍ପାତ ଉତ୍ପାଦନ ପଦ୍ଧତି ସମ୍ବନ୍ଧୀୟ ଦ୍ୱିତୀୟ କର୍ମଶାଳା ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଯାଇଅଛି .ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ଶ୍ରୀଯୁକ୍ତ ନଗେନ୍ଦ୍ର ନାଥ ସିହ୍ନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଉଦବୋଧନ ଦେଇଥିଲେ । ଶ୍ରୀଯୁକ୍ତ ଅରୁଣ ରଥ ଆର୍ଶେଲର ମିତ୍ତଲ ନିପନ ଷ୍ଟିଲ ଗ୍ରାଉଣ୍ଡ ଫିଲ୍ଡ ପ୍ରକଳ୍ପ ମୁଖ୍ୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।  ଏହି କର୍ମଶଳାରେ ଗଣେଶ ଇନଷ୍ଟିଚ୍ୟୁ ଆଣ୍ଡ ଇଞ୍ଜନିୟରିଂ ଟେକ୍ନୋଲୋଜି,ଭୁବନେଶ୍ୱରର ଅଧ୍ୟାପକ ଓ ଛାତ୍ରମାନେ ଯୋଗଦେଇଥିଲେ ।  ପ୍ରଫେସର ସୁରେଶ ଚନ୍ଦ୍ର ପଟ୍ଟନାୟକ ଇସ୍ପାତ୍ ଉତ୍ପାଦନ ପଦ୍ଧତି ବିଷୟରେ ଆଲୋକପାତ କରିଥିଲେ ।  ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରୀତମ୍ ପୁରକାୟସ୍ତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ ।  କର୍ମଶାଳାର ଦ୍ୱିତୀୟ ଦିବସରେ ପ୍ରଶିକ୍ଷାର୍ଥୀ ମାନଙ୍କର କଳିଙ୍ଗନଗର ଯାଜପୁରସ୍ଥିତ ଟାଟାଷ୍ଟିଲ ପ୍ଲାଣ୍ଟ ପରିଦର୍ଶନର ଆୟୋଜନ କରାଯାଇଅଛି ।

Advertisment