କନକ ବ୍ୟୁରୋ: ଉତ୍କଳ ହସପିଟାଲ ଏବଂ ଆସିଏମଆର, ଆରଏମଆରସି କର୍ମଶାଳାର ଆୟୋଜନ କରାଯାଇଛି । ଭୁବନେଶ୍ୱର ତରଫରୁ ଜିସିପି ଗାଇଡାଲାଇନ ଏବଂ ଏଥିକ୍ସ କମିଟିର ଦାୟିତ୍ୱ ସମ୍ପର୍କରେ କର୍ମଶାଳାର ଆୟୋଜନ କରାଯାଇଛି । ଉତ୍କଳ ହସପିଟାଲ ପରିସରରେ ଆୟୋଜିତ ଏହି କର୍ମଶାଳାରେ ୫୫ ଜଣ ଡାକ୍ତର ଯୋଗଦେଇଥିଲେ । ଡାକ୍ତରମାନଙ୍କ ଦ୍ୱାରା ଗବେଷଣା କରିବା ପାଇଁ ଆବଶ୍ୟକୀୟ ଚିକିତ୍ସା ଏବଂ ରୋଗୀଙ୍କ ସ୍ୱାର୍ଥକୁ ସମ୍ମାନ ନେଇ କର୍ମଶାଳାର ଆୟୋଜନ କରାଯାଇଥିଲା ।

Advertisment

ଉତ୍କଳ ହସପିଟାଲ ଡିନ୍ ଏବଂ ଡାଇରେକ୍ଟର ଏକାଡେମିକ୍ସ ଡ. ପ୍ରଫୁଲ୍ଲ ଦାସ କହିଛନ୍ତି ଆମେ ରୋଗୀଙ୍କ ପାଇଁ ସବୁ ସମୟରେ କାର୍ଯ୍ୟ କରିବୁ । ହସପିଟାଲର ସିଇଓ ଡ. ଆଶିଷ ଚନ୍ଦ୍ର, ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଜ୍ଞାରଞ୍ଜନ ରଞ୍ଜନ ଘଡେଇ ଏବଂ ଡାକ୍ତର ନିର୍ଦ୍ଦେଶକ ଡ. ରଞ୍ଜନ ମହାପାତ୍ର ପ୍ରମୁଖ ଏହି କର୍ମଶାଳାରେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଆରଏମଆରସି ଭୁବନେଶ୍ୱର ନିର୍ଦ୍ଦେଶକ ଡ. ସଂଘମିତ୍ରା ପତି କର୍ମଶାଳାରେ ଯୋଗଦେଇ ଏହି କର୍ମଶାଳାର ଉପାଦେୟତା ଉପରେ ଧ୍ୟାନ ଆକର୍ଷଣ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରଫେସର ବିକେ ମହାନ୍ତି ତାଙ୍କର ବହୁ ମୂଲ୍ୟ ଉଦବୋଧନ ଦେଇଥିଲେ । ଆରଏମଆରସି ପାଞ୍ଚ ଜଣ ବୈଜ୍ଞାନିକ ବିଭିନ୍ନ ଦିଗରୁ ଜିସିପି ଗାଇଡଲାଇନ ତଥା ଅନ୍ୟ ବିଷୟ ଉପରେ ଶିକ୍ଷାଦାନ କରିଥିଲେ । ଶେଷରେ ଏଥିକ୍ସ କମିଟିର ସମ୍ପାଦିକା ଡ. ନିହାରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।