ଆଜି ଠାରୁ ଶ୍ରୀମନ୍ଦିରରେ ପୁରୀ ସହରର ଭଡାଟିଆ, କର୍ମଜୀବୀ ଓ ଛାତ୍ରଛାତ୍ରୀଙ୍କ ଜଗାଦର୍ଶନ : ୨ ଦିନ ପାଇଁ ଦର୍ଶନ ସୁଯୋଗ; ସମସ୍ତଙ୍କୁ ଦେଖାଇବାକୁ ପଡିବ ଆବଶ୍ୟକ ପ୍ରମାଣପତ୍ର 

କୋଭିଡ୍ କଟକଣାକୁ ଗୁରୁତ୍ୱ, ସାମାଜିକ ଦୂରତା ରକ୍ଷା ସହ ସମସ୍ତେ କରିବେ ଦର୍ଶନ

88

କନକ ବ୍ୟୁରୋ : ପୁରୀରେ ଆଜି ଠାରୁ ଭଡାଟିଆ ଓ କର୍ମଜୀବୀଙ୍କ ଦର୍ଶନ ଆରମ୍ଭ ହୋଇଛି । ସକାଳ ୭ଟାରୁ ରାତି ୯ଟା ଯାଏଁ ଚାଲିବ ଏହି ଦର୍ଶନ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ପୁରୀରେ ଭଡାଟିଆ ଓ କର୍ମଜୀବୀ ଓ ଛାତ୍ରଛାତ୍ରୀମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀରେ ଭଡାଟିଆ ଲୋକମାନେ ନିଜ ଘର ମାଲିକଙ୍କ ଠାରୁ ସ୍ୱୀକୃତି ପତ୍ର ଆଣି ମହାପ୍ରଭୁଙ୍କ ଦର୍ଶନ କରିବା ବ୍ୟବସ୍ଥା ହୋଇଛି ।

ସେହିପରି କର୍ମଜୀବୀମାନେ ନିଯୁକ୍ତି ଦାତାଙ୍କ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ । ଏହା ସହିତ ଆଜି ମଧ୍ୟ ପୁରୀ ବାସିନ୍ଦାଙ୍କ ଦର୍ଶନ ଆଗପରି ଜାରି ରହିଛି । ଆଜି ପ୍ରଥମ ସିଫ୍ଟରେ ୨୩ ଓ ୨୭ ନଂବର ୱାର୍ଡ ବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଦ୍ୱିତୀୟ ସିଫ୍ଟରେ ୨୫ ଓ ୩୦ ନଂବର ୱାର୍ଡ , ତୃତୀୟ ସିଫ୍ଟରେ ୭, ୨୭ ନଂବର ୱାର୍ଡ ବାସୀ ଦର୍ଶନ କରିବେ । ଏହି ଦର୍ଶନ ସମୟରେ କରୋନା କଟକଣାକୁ କଡାକଡି ପାଳନ କରାଯାଉଛି । ସାମାଜିକ ଦୂରତା ରକ୍ଷା ସହିତ ସମସ୍ତେ ଟୋକନ୍ ଦେଖାଇ ବ୍ୟାରିକେଡରେ ଆସି ଦର୍ଶନ କରୁଛନ୍ତି ।