କନକ ବ୍ୟୁରୋ : ଋଷ-ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଭିତରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୟୁକ୍ରେନର ଖାରକିଭ୍ ଏବଂ ପୂର୍ବ ଭାଗରେ ରହୁଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତୀୟ ଅଧିକାରୀଙ୍କ ସହ ଆମେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ଭାରତରେ ଅବସ୍ଥାପିତ ଋଷ ରାଷ୍ଟ୍ରଦୂତ ଡେନିସ୍ ଅଲିପୋଭ୍ । ଜରୁରୀକାଳୀନ ଉଦ୍ଧାର ପାଇଁ ଭାରତୀୟମାନଙ୍କୁ ଋଷ ପରିସୀମା ଦେଇ ଉଦ୍ଧାର କରିବାକୁ ଭାରତ ଅନୁରୋଧ କରିଥିବା ସେ କହିଛନ୍ତି ।

Advertisment

ଭାରତ ସହ ଆମର ସ୍ୱତନ୍ତ୍ର ଯୋଜନା ରହିଛି । ଜାତିସଂଘରେ ଭାରତ ସ୍ୱାଧୀନ ପକ୍ଷ ପାଇଁ ଆମେ କୃତଜ୍ଞ । ଏହି ସଙ୍କଟର ମୂଳ କାରଣ କ'ଣ ତାହା ଭାରତ ବୁଝିପାରିଛି ବୋଲି ଋଷ ରାଷ୍ଟ୍ରଦୂତ କହିଛନ୍ତି । ତେବେ ଋଷ ଉପରେ କଟକଣା ଲଗାଇବା ପରେ ଋଷ ଠାରୁ ଭାରତ କିଣିବାକୁ ଥିବା ଏସ୍-୪୦୦ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ । ଅବାଧରେ ଭାରତ ସହ ଏହି ଚୁକ୍ତି ପୁରଣ ହେବ । ପୁରୁଣା ଅବା ନୂଆ ଯାହା ବି କଟକଣା ଲାଗିଛି ସେଥିରେ ଏହି ଚୁକ୍ତିରେ କୌଣସି ବାଧା ସୃଷ୍ଟି ହେବନି ବୋଲି ସେ କହିଛନ୍ତି ।