ଗୃହରେ ଉପସ୍ଥାପିତ ହେଲା କାମଚଳା ବଜେଟ: ପଢନ୍ତୁ କେଉଁ ବିଭାଗକୁ ମିଳିଲା କେତେ ?

1,527

କନକ ବ୍ୟୁରୋ : ଗୃହରେ ରାଜ୍ୟ କାମଚଳା ବଜେଟ ଉପସ୍ଥାପିତ ହେଲା । ବଜେଟ ଆଗତ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ । ୨୦୨୪-୨୫ ବର୍ଷ ପାଇଁ କାମ ତଳା ବଜେଟ ଉପସ୍ଥାପିତ ହୋଇଛି । କାହାକୁ ଅବହେଳା ନତରିବା ୨୪ ବର୍ଷ ଶାସନର ମୂଳମନ୍ତ୍ରୀ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ରାଜ୍ୟରେ ଜଳଅଭାବ ହ୍ରାସ କରିବାକୁ ଏହି ବଜେଟରେ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅଭିବୃଦ୍ଧି ହାର ୭୮.୨୫ ପ୍ରତିଶତ ରହିଛି । ଯାହା ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ତେବେ ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବ୍ୟୟବରାଦ କରାଯାଇଛି । ତେବେ ପଢନ୍ତୁ କେଉଁ ବିଭାଗ ପାଇଁ କେତେ ଟଙ୍କା ବ୍ୟବରାଦ ହୋଇଛି ।

ମିଶନ ଶକ୍ତି ପାଇଁ ୨୭୬୦.୮୧ କୋଟି
ପର୍ଯ୍ୟଟନ ପାଇଁ ୮୧୭.୯୫ କୋଟି
ମହିଳା ଓ ଶିଶୁ ବିକାଶ ପାଇଁ ୫୦୧୫.୧୫ କୋଟି
ଉଚ୍ଚଶିକ୍ଷା ପାଇଁ ୩୪୬୯.୮୩ କୋଟି
ରାଜସ୍ୱ ବିପର୍ଯ୍ୟ ପରିଚାଳନା ୩୯୭୦.୨୯ କୋଟି
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ୨୪ ହଜାର ୭୬୪ କୋଟି
ପଞ୍ଚାୟତିରାଜ ବିଭାଗ ୨୨ ହଜାର ୫୪୩ କୋଟି
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୯ ହଜାର ୭୨୯ କୋଟି
ଜଳ ସମ୍ପଦ ବିଭାଗ ପାଇଁ ୧୩ ହଜାର ୨୬୭ କୋଟି
ଯୋଜନା ଓ ସଂଯୋଜନା ପାଇଁ ୧୨ ହଜାର ୪୩ କୋଟି
ନିର୍ମାଣ ବିଭାଗ ପାଇଁ ୧୦ ହଜାର ୯୫୦ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୯ ହଜାର ୩୩୦ କୋଟି
ଗୃହ ବିଭାଗ ପାଇଁ ୮ ହଜାର ୬୪୧ କୋଟି