କନକ ବଚ୍ୟୁୁରୋ: କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ୩ ଦଫା ଦାବି ନେଇ ରାଜଗାଙ୍ଗପୁରରେ ଥିବା ଆରଏଚଆଇ ମ୍ୟାଗ୍ନେସିଟା ଇଣ୍ଡିଆ ରିଫ୍ରାକ୍ଟୋରୀଜ ଲିମିଟେଡ କମ୍ପାନୀ ଗେଟ୍ ଆଗରେ ଶ୍ରମିକ ମାନେ ଆନ୍ଦୋଳନ କରୁଛନ୍ତି । ଶୀତ, କାକରରେ ଶ୍ରମିକ ମାନେ ଧାରଣାରେ ବସି ରହିଛନ୍ତି । ଆନ୍ଦୋଳନ ଯୋଗୁଁ କାରଖାନା କାମ ବାଧାପ୍ରାପ୍ତ ହୋଇଛି । ୫ ବର୍ଷରୁ ଅଧିକ ବର୍ଷ ଧରି ଶ୍ରମିକ ମାନେ କାମ କରୁଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଠିକା ଶ୍ରମିକଙ୍କୁ ନିୟମିତ କରିବା ଦାବି କରିଛି ଶ୍ରମିକ ସଂଗଠନ ।
କମ୍ପାନୀ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ୩ ଦଫା ଦାବିରେ ରାଜଗାଙ୍ଗପୁର ଆରଏଚଆଇ ମ୍ୟାଗ୍ନେସିଟା ଇଣ୍ଡିଆ ଆଗରେ ପ୍ରଦର୍ଶନ ।
/kanak/media/post_attachments/wp-content/uploads/2023/12/111111-1.jpg)