କନକ ବ୍ୟୁରୋ : ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ସାତ ଦିନ ଧରି ଟନେଲରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ଲାନ୍-ବି । କେମିତି ଶ୍ରମିକଙ୍କୁ କରାଯିବ ଉଦ୍ଧାର ସେନେଇ ରାଜ୍ୟ ସରକାର ବିଶେଷଜ୍ଞ ଟିମଙ୍କ ସହ ବୈଠକ କରିବା ପରେ ପ୍ଲାନ ବି ଆରମ୍ଭ ହୋଇଛି ।
‘ଅପରେସନ ଜିନ୍ଦେଗୀ’ର ପ୍ଲାନ ବି
-ଟନେଲ ଉପରଭାଗ କଟାଯାଇ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯାଇପାରେ
-ଅଷ୍ଟ୍ରେଲିଆରୁ ବିଶେଷଜ୍ଞ ଉତରକାଶୀରେ ପହଂଚିଛନ୍ତି ।
-ପ୍ଲାନ୍-ବି ପାଇଁ ରେଲୱେ ଓ ନରୱେର ଏକ୍ସପର୍ଟ ଟିମ୍ ମଧ୍ୟ କାମ କରୁଛନ୍ତି

Kanak News is now on WhatsApp
Join and get latest news updates delivered to you via WhatsApp
ଶନିବାର ବିଶେଷଜ୍ଞ ଟିମ ଟନେଲ ନିକଟରେ ସ୍ଥିତି ପରଖିଛନ୍ତି । କିପରି ଫସି ରହିଥିବା ଶ୍ରମିକଙ୍କୁ ବାହାର କରାଯିବ ସେନେଇ ଯୋଜନା କରାଯାଉଛି ।
ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ପିଏମଓର ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଟନେଲ ଆଖପାଖ ସ୍ଥାନ ସମୀକ୍ଷା କରୁଛନ୍ତି ଟିମ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ପରାର୍ମଶଦାତା ଭାସ୍କର କୁଲବେ କହିଛନ୍ତି ଶ୍ରମିକଙ୍କ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମକୁ ସବୁପ୍ରକାର ସହଯୋଗ କରାଯାଉଛି ।
ପୂର୍ବରୁ ଟନେଲରେ ୪୦ ଜଣ ଶ୍ରମିକ ରହିଥିବା କୁହାଯାଉଥିବା ବେଳେ ଏବେ ୪୧ ଜଣ ଫସି ରହିଥିବା କୁହାଯାଉଛି । ସେପଟେ ଇନ୍ଦୋରରୁ ମଗାଯାଇଥିବା ‘ଅଗର’ ବ୍ଲେଡ ମଧ୍ୟ ଆସି ପହଂଚିଛି । ପଥର ଚଟାଣ ଏତେ ଟାଣ ରହିଛି ଯେ ୨୪ ମିଟର ଖୋଳିବା ପରେ ତାର ବିୟରିଂ ନଷ୍ଟ ହୋଇଯାଇଥିଲା । ପାଖାପାଖି ୬୦ ମିଟର ଖୋଳିବାକୁ ଉଦ୍ଦେଶ୍ୟ ରହିଛି । ସେପଟେ ଶ୍ରମିକଙ୍କ ଜୀବନ ସୁରକ୍ଷା ଆଶଙ୍କା ଭିତରେ ରହିଛି ସର୍ମ୍ପକୀୟ
ସେପଟେ ଟନେଲ ନିକଟରେ ଚାଲିଛି ପୂଜାପାଠ । ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ସ୍ଥାନୀୟ ମନ୍ଦିରରେ ପୂଜକ ଟନେଲ ନିକଟରେ ସ୍ୱତନ୍ତ୍ର ପୂଜା କରିଛନ୍ତି । ସପ୍ତାହେ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନାହିଁ ।
କେମିତି ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ଏନେଇ ରାଜ୍ୟ ସରକାର ଘନଘନ ବୈଠକ କରୁଛନ୍ତି । ଏଥିସହ ଦେଶବିଦେଶରେ ପୂର୍ବରୁ ଘଟିଥିବା ଟନେଲ ରେସ୍କ୍ୟୁ ଟିମର ବିଶେଷଜ୍ଞଙ୍କଠୁ ମତାମତ ଲୋଡାଯାଉଛି ।