କନକ ବ୍ୟୁରୋ: ଆଜି ନିଜ ଘରକୁ ଫେରିବେ ଉତରକାଶୀ ସୁଡ଼ଙ୍ଗରୁ ଉଦ୍ଧାର ହୋଇଥବା ୪ ଓଡ଼ିଆ ଶ୍ରମିକ । ସେମାନେ ଶୁକ୍ରବାର ଠାରୁ ଓଡ଼ିଶା ଫେରିଥିବା ବେଳେ ଆଜି ନିଜ ଘରେ ପହଂଚିବେ ।  ପ୍ରଥମ ପର୍ଯ୍ୟାୟରେ  ଭଗବାନ ଭତ୍ରା, ଧୀରେନ ନାୟକ, ରାଜୁ ନାୟକ ଏବଂ ବିଶ୍ୱେଶ୍ୱର ନାୟକ ଓଡ଼ିଶା ଫେରିଥିବା ବେଳେ ଭଦ୍ରକର ତପନ ମଣ୍ଡଳ ପରବର୍ତୀ ସମୟରେ ଓଡ଼ିଶା ଫେରିବେ । ଶ୍ରମ ମନ୍ତ୍ରୀ ସାରଦା ନାୟକ ସମସ୍ତ ଶ୍ରମିକଙ୍କ ସହ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲେ । ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ସ୍ୱାଗତ କରାଯାଥିଲା ।

Advertisment

ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ପହଁଚାଇବାର ଦାୟିତ୍ୱ ନେଇଛନ୍ତି ସରକାର । ବିମାନ ବନ୍ଦରରୁ ଶ୍ରମିକମାନଙ୍କୁ ସର୍କିଟ ହାଉସକୁ ନିଆଯାଇଥିଲା । ସେଠାରେ ଶ୍ରମିକମାନେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହାପରେ ଶ୍ରମିକ ମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହ ପ୍ରତିଟି ଶ୍ରମିକଙ୍କୁ ହିରୋ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ କିପରି ସେମାନେ ନିଜର ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି, ତାହା ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟେକ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଉତରକାଶୀ ଟନେଲରେ କାମ କରୁଥିବା ବେଳେ ୪୧ ଜଣ ଶ୍ରମିକ ଫସିରହିଥିଲେ । ତେବେ ୧୭ ଦିନ ପରେ ସେମାନଙ୍କୁ ଏଠାରୁ ଉଦ୍ଧାର କରାଯାଇଥିଲା । ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ଏହି ୫ ଜଣ ଶ୍ରମିକ ଥିଲେ । ଏବେ ସେମାନଙ୍କୁ ସ୍ୱାଗତ କରିବାକୁ ପରିବାର ଲୋକ ଅନାଇ ବସିଛନ୍ତି ।