ସ୍ଥାନୀୟ ଲୋକଙ୍କୁ କାମ ଯୋଗାଇବା ଦାବିରେ ସିଲିଯୋଡ଼ା ଲୌହ ଓ ମାଙ୍ଗାନିଜ୍ ଖଣି ଆଗରେ ଶ୍ରମିକଙ୍କ ଆନ୍ଦୋଳନ । ୩ ଦିନ ହେଲାଣି ଜାରି ଚାଲିଛି ଆନ୍ଦୋଳନ

96

କନକ ବ୍ୟୁରୋ : ସ୍ଥାନୀୟ ଲୋକଙ୍କୁ ଖଣିରେ କାମ ଯୋଗାଇଦେବା ଦାବିରେ କେନ୍ଦୁଝର ସିଲିଯୋଡ଼ା ଲୌହ ଓ ମାଙ୍ଗାନିଜ୍ ଖଣି ଆଗରେ ଶ୍ରମିକଙ୍କ ଆନ୍ଦୋଳନ । ଏନେଇ ୩ଦିନ ହେଲା ଶ୍ରମିକ ମାନେ ଆନ୍ଦୋଳନ ଜାରି ରଖଛନ୍ତି ।   ସୁଚନା ଅନୁସାରେ ପୂର୍ବରୁ ଏହି ଖଣି ଲିଜ ନେଇଥିବା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଥିଲା ।

ହେଲେ ଏବେ ଲିଜ୍ ନେଇଥିବା କାସିଭ ଇଂଟରନ୍ୟାସନାଲ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ଗତ କିଛି ମାସ ହେଲା ସ୍ଥାନୀୟ ଲୋକ କାମଧନ୍ଦା ନପାଇ ହଇରାଣ ହେଉଛନ୍ତି । ଏନେଇ ସେମାନେ ପୋଲିସ ପ୍ରଶାସନକୁ ଅବଗତ କରି ହତାସ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।